Latest Odisha News

ଲାଇଫ୍ ସପୋର୍ଟରେ ଅରୁଣ ଜେଟଲି, ଏମ୍ସରେ ନେତାଙ୍କ ଭିଡ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କୁ ଏବେ ଲାଇଫ୍ ସପୋର୍ଟରେ ରଖାଯାଇଥିବା ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏମ୍ସ ପକ୍ଷରୁ ଗତ ୧୦ ତାରିଖ ପରଠାରୁ କୌଣସି ବୁଲେଟିନ୍ ଜାରି କରାଯାଉନାହିଁ । ଆହୁରି ମଧ୍ୟ ତାଙ୍କୁ ଭେଣ୍ଟିଲେଟରରୁ କଢାଯାଇ ଏକ୍ସଟ୍ରାକର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନ୍ (ଇସିଏମଓ) ବ୍ୟବସ୍ଥାରେ ରଖାଯାଇଥିବା ନେଇ ଜଣାପଡିଛି ।

ଜେଟଲୀଙ୍କୁ ସାକ୍ଷାତ କରିବା ଲାଗି ଏମ୍ସରେ ବହୁ ରାଜନୈତିକ ନେତାମାନଙ୍କର ଭିଡ ଜମିବାରେ ଲାଗିଛି । ପୂର୍ବରୁ ତାଙ୍କୁ ଭେଟିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଏମ୍ସ ଯାଇଥିଲା ବେଳେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ମଧ୍ୟ ଶନିବାର ଦିନ ସାକ୍ଷାତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୬୬ବର୍ଷୀୟ ଜେଟଲୀ ଅଗଷ୍ଟ ୯ ତାରିଖରେ ଚିକିତ୍ସା ଲାଗି ଏମ୍ସରେ ଭର୍ତ୍ତି ହୋଇଥିଲେ । ସେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଏମ୍ସରେ ଚିକିତ୍ସାଧିନ ରହିଛନ୍ତି ।

Leave A Reply

Your email address will not be published.