Latest Odisha News

BREAKING NEWS

‘ଦ କେରଲା ଷ୍ଟୋରି’କୁ ନେଇ କଙ୍ଗନା ଦେଲେ ମନ୍ତବ୍ୟ: କହିଲେ ଫିଲ୍ମ ବ୍ୟାନ ହେବା ଉଚିତ୍ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁ ପ୍ରସଙ୍ଗକୁ ନେଇ ନିଜର ମନ୍ତବ୍ୟ ଦେବାକୁ ପଛାଇ ନ ଥାଆନ୍ତି । ଏବେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ମନ୍ତବ୍ୟ ରଖିଛନ୍ତି ।

ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମରେଯୋଗ ଦେଇଥିଲେ । ଏହି ସମୟରେ କଙ୍ଗନା କିଛି ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ ତାଙ୍କ ମତ ରଖିଥିଲେ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ମନ୍ତବ୍ୟ ରଖିଥିଲେ । ଧର୍ମାତରଣ ଓ ଆତଙ୍କବାଦର ପ୍ରସଙ୍ଗକୁ ନେଇ ରିଲିଜ ହୋଇଥିବା ଏହି ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି । ଏଥିରେ ଆତଙ୍କବାଦର କାହାଣୀ ଦର୍ଶାଯାଇଛି, ଯାହା କେରଳରେ ଘଟିଥିବା ସତ ଘଟଣା ଉପରେ ଆଧାରିତ ।

ଏହି ଫିଲ୍ମକୁ ନେଇ ଯେତେବେଳେ କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ , ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଏହି ଫିଲ୍ମ ଦେଖିନାହିଁ । ହେଲେ ଏହି ଫିଲ୍ମକୁ ନେଇ ଅନେକ ବିରୋଧ ହୋଇଥିବା ଜାଣିଛି । ଏହାକୁ ବ୍ୟାନ କରିବା କଥା ବି ଉଠିଛି, ହେଲେ ଏହା ମୁଁ ଆଜି ଜାଣିଲି । ଏହି ଫିଲ୍ମକୁ ବ୍ୟାନ କରାଯାଇ ପାରିବ ନାହିଁ ହାଇକୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି । ମୋତେ ଲାଗୁଛି କି ଏହି ଫିଲ୍ମ ଆଇଏସକୁ ବାଦ ଦେଲେ ଆଉ କାହାକୁ ଭୁଲ କହିନାହିଁ । ଯଦି ଦେଶର ହାଇକୋର୍ଟ ଏହା କହୁଛନ୍ତି, ତେବେ ଏହା ଆଦୌ ବ୍ୟାନ୍ ହେବା ଉଚିତ୍ ହେବ ନାହିଁ । ଆଇଏସ ଏକ ଆତଙ୍କବାଦୀ ସଙ୍ଗଠନ । ମୁଁ ଏହା କହୁନାହିଁ । ଆମ ଦେଶ, ଆମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ଦେଶ ମଧ୍ୟ ଏହିପରି କଥା ହୋଇଛନ୍ତି ।

Comments are closed.