Latest Odisha News

BREAKING NEWS

ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ଏକ ଜାତୀୟସ୍ତରର ସର୍ଭେ ଅନୁଯାୟୀ ଦେଶର ସବୁଠୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ନବୀନ ପଟ୍ଟନାୟକ ।

ଦୀର୍ଘ ବର୍ଷ ଧରି ଶାସନଗାଦିରେ ରହିଥିଲେ ମଧ୍ୟ ଏବେବି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନପ୍ରିୟତା ହ୍ରାସ ପାଇନାହିଁ । ଜାତୀୟସ୍ତରରେ ଭିଡ଼ିପି ଆସୋସିଏଟ୍ସ ଦ୍ୱାରା ହୋଇଥିବା ଏକ ସର୍ଭେ ପ୍ରକାଶିତ ହେବାପରେ ଏହା ଜଣାପଡ଼ିଛି ।

ରାଜ୍ୟରେ ବିଭିନ୍ନ ଜନହିତକର ଯୋଜନାକୁ କାର୍ଯ୍ୟକାରୀ କରି ଗରିବ ଲୋକମାନଙ୍କର ସମସ୍ୟା ଦୂର ହୋଇପାରୁଥିବା କାରଣରୁ ନବୀନଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

ଏହି ସର୍ଭେରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ପ୍ରଦର୍ଶନକୁ ଭିତ୍ତିକରି ରେଟିଂ ତାଲିକା ପ୍ରସ୍ତୁତ ହୋଇଥିବାର ସୂଚନା ମିଳିଛି । ନବୀନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ରହିଥିବା ଯୋଗୁଁ ୮୧ ପ୍ରତିଶତ ପ୍ରଦର୍ଶନ ହାସଲ କରି ସମଗ୍ର ଭାରତରେ ସେ ନଂ ୧ ସ୍ଥାନରେ ରହିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୭୨ ପ୍ରତିଶତ ସହିତ ୨ୟ ସ୍ଥାନରେ ଏବଂ ଆନ୍ଧ୍ର ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ରହିଛନ୍ତି ୭୧ ପ୍ରତିଶତ ସହିତ ୩ୟ ସ୍ଥାନରେ ।

ତେବେ ସବୁଠୁ ନିମ୍ନମାନର ପ୍ରଦର୍ଶନ କରିବା ସହିତ ତାଲିକାର ଶେଷ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲ୍ଲାନିସ୍ୱାମୀ । ପ୍ରଦର୍ଶନ ଭିତ୍ତିରେ ୪୪ ପ୍ରତିଶତ ହାସଲ କରିପାରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.