ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ରେଙ୍ଗାଳି କେନାଲ ହୁଡ଼ାରେ ଏକ ଅଜଣା ଡ୍ରେ।ନ ପଡିଥିବା ଦେଖି ଲୋକେ ଛାନିଆ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରେ।ନକୁ ଜବତ କରିଛି। ଡ୍ରୋନ୍ଟି କାହାର ଓ କେଉଁଠିକୁ ଆସିଲା ସେ ନେଇ ତଦନ୍ତ କରୁଥିବା ବେଳେ ଆଇଓସିଏଲ୍(ଆଣ୍ଡିଆନ ଅଏଳ କୋରପୋରେନ ଲିମିଟେଡ୍) ଏହାକୁ ନିଜର ବୋଲି ଦାବି କରିଛି। ଆଇଓସିଏଲ୍ ଅଧିକାରୀମାନେ ଥାନାକୁ ଆସି ଡ୍ରୋନ୍ଟିକୁ ନେଇଯାଇଛନ୍ତି।
ଡ୍ରେ।ନରେ ଦୁଇଟି କ୍ୟାମେରା ଲଗାଯାଇଥିବା ବେଳେ ଏହାକୁ ପାରାଦୀପରୁ ରାୟପୁର ମଧ୍ୟରେ ଚାଲିଥିବା ଗ୍ୟାସ୍ ପାଇପ୍ ଲାଇନ୍ ସର୍ଭେକ୍ଷଣ ପାଇଁ ବ୍ୟବହାର କରାଯାଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡ୍ରୋନ୍ଟି କେନାଲ୍ରେ ଖସିପଡ଼ିଥିଲା ବୋଲି ଆଇଓସିଏଲ୍ ଅଧିକାରୀ ପୁଲିସକୁ କହିଛନ୍ତି।
ଡ୍ରେ।ନଟି ଏକ ଛୋଟ ବିମାନ ଭଳି ଦେଖାଯାଉଥିବା ବେଳେ ଏଥିରେ ଏହାର ଲମ୍ବ ପ୍ରାୟ ୫ ଫୁଟ ହେବ। ଏଥିରେ ଦୁଇଟି କ୍ୟାମେରା ଲଗାଯାଇଛି। ତେବେ ଡ୍ରୋନ୍ଟି କିଭଳି ଉଡ଼ି କେନାଲ୍ ହୁଡ଼ାରେ ଖସିପଡ଼ିଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି।
Comments are closed.