ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଖେଳନା ବନ୍ଧୁକ, ୧୭ଟି ମୋବାଇଲ, ୩୮ ଗ୍ରାମ୍ ଓଜନର ସୁନା ଅଳଙ୍କାର, ୫୫ ଗ୍ରାମ୍ର ରୂପା ଅଳଙ୍କାର ଏବଂ ନଗଦ ୩୩୩୨ ଟଙ୍କା ଜବତ କରାଯାଇଛି।
ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଥିଲେ ଯେ, ଗତ ୧୧ ତାରିଖରେ କେଶବନଗର ତୃତୀୟ ଲେନର ପ୍ରଭୁ ପ୍ରସାଦ ବେହେରା ପ୍ରାତଃଭ୍ରମଣରେ ଖଜୁରିଆ ରାସ୍ତାରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ଦୁଇଟି ବାଇକ୍ରେ ଆସିଥିଲେ। ପ୍ରଭୁ ପ୍ରସାଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ପାଖରୁ ଏକ ହଜାର ଟଙ୍କା ନେଇଥିଲେ। ଏନେଇ ସେ ଗୋଷାଇଁନୂଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ ୧୨୭/୨୩ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ବେଳେ ଏଡା ପଛରେ ଏକ ବଡ଼ ଗ୍ୟାଙ୍ଗ୍ର ସଂପୃକ୍ତି ଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ଏକାଧିକ ଜାଗାରେ ଚଢ଼ଉ କରାଯାଇଥିଲା। ଆଉ ଶେଷରେ ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଥିଲା।
ଏହି ଗ୍ୟାଙ୍ଗ୍ରେ ମୋଟ ୭ ଜଣ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ଗିରଫମାନେ ହେଲେ ବଡ଼ବଜାର ଥାନା ବ୍ରଜରାଜନଗର ଦ୍ବିତୀୟ ଲେନର ସୁଶାନ୍ତ କୁମାର ସାହୁ (୨୪), ଶ୍ରୀରାମନଗରର ସୁମନ ଚୌଧୁରୀ (୧୯), ଗଣପତିନଗର ପଞ୍ଚମ ଲେନର ସାଗର ସାହୁ (୧୯) ଏବଂ ବ୍ରଜରାଜନଗର ଦ୍ବିତୀୟ ଲେନର କିଶନ ସାହୁ (୨୪), ନିମଖଣ୍ଡି ଥାନା ଝାଡ଼ାଙ୍କୁଲିର ସୁକଦେବ ସାହୁ (୨୩) ଏବଂ ଛତ୍ରପୁର ଥାନା ସିନ୍ଦୁରପୁରର ପିଙ୍କୁ ସାହୁ (୨୫)। ସୁଶାନ୍ତଙ୍କ ପାଖରୁ ଗୋଟିଏ ଲାଲ ରଙ୍ଗର ବୁଲେଟ୍ ବାଇକ୍ (ଓଡ଼ି୦୭ଏଏଚ୍୩୯୯୭) ସହିତ ୪ଟି ମୋବାଇଲ୍, ସୁମନଙ୍କ ପାଖରୁ ଗୋଟିଏ ୟାମାହା ବାଇକ୍ ସହିତ ୪ଟି ମୋବାଇଲ ଏବଂ ଗୋଟିଏ ଖେଳନା ପୁଲିସ ଜବତ କରିଛି। ସେହିଭଳି ସାଗରଙ୍କ ପାଖରୁ ଗୋଟିଏ ପଲସର୍ ବାଇକ୍ ସହିତ ଦୁଇଟି ମୋବାଇଲ, ସୁକଦେବଙ୍କ ପାଖରୁ ଗୋଟଇଏ ହୋଣ୍ଡା ସାଇନ୍ ବାକକ ସହିତ ୩ଟି ମୋବାଇଲ୍, ପିଙ୍କୁଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଦୁଇଟି ମୋବାଇଲ୍ ଏବଂ କିଶନ ସାହୁଙ୍କ ପାଖରୁ ଦୁଇଟି ସୁନା ଚେନ୍ ଜବତ ହୋଇଛି। ସେହିଭଳି ଗିରଫ ଏକମାତ୍ର ନାବାଳକଙ୍କ ପାଖରୁ ଗୋଟିଏ ଟିଭିଏସ୍ ଆପାଚି ବାଇକ୍, ଗୋଟିଏ ରୂପା ବ୍ରେସଲେଟ୍ ଦୁଇଟି ସୁନା ଚେନ୍ ଏବଂ ଗୋଟିଏ ସୁନା ମୁଦି ଜବତ କରିଛି ପୁଲିସ। ଅଭିଯୁକ୍ତଙ୍କ ନାଁରେ ବ୍ରହ୍ମପୁର ଏବଂ ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନାରେ ମୋଟ ୧୪ଟି ମାମଲା ରହିଛି। ଏଥିରେ ଚୋରୀ, ଡକାୟତି ସହିତ ଅନ୍ୟାନ୍ୟ ଅପରାଧ ରହିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଜଣ ବାଇକ ଗ୍ୟାରେଜ୍ରେ କାମ କରୁଥିଲେ। ଗତ ତିନି ମାସ ହେଲା ଏମାନେ ଏହି ଗ୍ୟାଙ୍ଗ ଗଠନ କରିଥିଲେ। ସେମାନେ ପ୍ରଥମେ ବାଇକ୍ ଚୋରି କରୁଥିଲେ। ପରେ ଚୋରା ବାଇକରେ ଅପରାଧ ଘଟାଉଥିଲେ। ସେମାନଙ୍କ ପାଖରେ ଗୋଟିଏ ଦେଶୀ ବନ୍ଧୁକ ଥିଲା। ତେବେ ଅପରାଧ ଘଟାଇବା ବେଳେ ପ୍ରାୟତଃ ଖେଳନା ବନ୍ଧୁକ ବ୍ୟବହାର କରୁଥିଲେ ବୋଲି ଏସ୍ପି ଡା. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଏବଂ ଗୋଷାଇଁନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ଉପସ୍ଥିତ ଥିଲେ।
BREAKING NEWS
- CBSE ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଥିବା ଓଡ଼ିଶାର ଦୁଇ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
- Women’s quota amendment bills tabled: ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍, ମୁହାଁମୁହିଁ ସରକାର ବିରୋଧୀ…
- Parliament Special Session: ଆଶା ଭୋଁସଲେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆରମ୍ଭ ହେଲେ ସ୍ୱତନ୍ତ୍ର ସଂସଦ ଅଧିବେଶନ
- ରୁଷ ଓ ଇରାନୀ ତେଲ କ୍ରୟ ଉପରେ ଆମେରିକାର ଛାଡ ଶେଷ, ଭାରତ ଉପରେ ପଡିବ ଗମ୍ଭୀର ପ୍ରଭାବ
- ଲ୍ୟାଣ୍ଡମାଇନ ବିସ୍ଫୋରଣ: ୫ ଯବାନ ଆହତ, ଓଡ଼ିଶା ସୀମାରେ ହାଇ ଆଲର୍ଟ
- ରାଜ୍ୟରେ ଆହୁରି କଲବଲ କରିବ ତାତି, ଏହି ସବୁ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି
- ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ବାର୍ତ୍ତା ନେଇ ପୁଣି ପାକିସ୍ତାନରେ ଆଲୋଚନା
- OAS କନିଷ୍ଠ ବର୍ଗ ଏବଂ ORS ଅଧିକାରୀଙ୍କ ପାଇଁ ନୂତନ ବଦଳି ନୀତି ଜାରି
- CBSE ଦଶମ ରେଜଲ୍ଟ: KiiT ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା, ଅଦ୍ୱେୟ ଷଡ଼ଙ୍ଗୀ ଟପର
- ଆଜିଠୁ ସାରା ରାଜ୍ୟରେ ଡିଜିଟାଲ୍ ଜନଗଣନା
Comments are closed.