Latest Odisha News

କର୍ଣ୍ଣାଟକରେ ଉପମୁଖ୍ୟମନ୍ତ୍ରୀ ମୁସ୍‌ଲିମ ହୁଅନ୍ତୁ, ୫ ବିଧାୟକଙ୍କୁ ଦିଆଯାଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ: ସୁନୀ ୱାକଫ୍ ବୋର୍ଡ ମୁଖ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ସରିବା ପରେ ସୁନି ଉଲମା ବୋର୍ଡର ମୁସଲମାନ ନେତା ନୂଆ ସରକାର ଗଠନ ନେଇ ନିଜର ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ପଦ ମୁସଲମାନ ସମ୍ପ୍ରାଦୟରୁ ହେବା ଦରକାର ବୋଲି ୱାକ୍ ଅଫ୍ ବୋର୍ଡ ଚେୟାରମ୍ୟାନ୍ ଶାଫି ସାଦୀ କହିଛନ୍ତି।

କେବଳ ସେତିକି ନୁହେଁ ମନ୍ତ୍ରାଣଳୟର ଅତିକମ୍‌ରୁ ୫ ମୁସଲମାନ ବିଧାୟକଙ୍କୁ ମନ୍ତ୍ରୀ କରାଯାଉଛି। କର୍ଣ୍ଣାଟକ ସରକାରରେ ସେମାନଙ୍କୁ ଗୃହ, ରେଭିନିୟୁ.ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଉ ବୋଲି ଶାଫୀ ସାଦୀ ଦାବି କରିଛନ୍ତି।

ଶାଫୀ ସାଦୀ କହିଛନ୍ତି ଯେ ଆମେ ନିର୍ବାଚନ ପୂର୍ବରୁ କହିଥିଲୁ ଯେ ଉପମୁଖ୍ୟମନ୍ତ୍ରୀ ମୁସଲମାନରୁ ହେବା ଦରକାର। ଏବଂ ୩୦ ଆସନ ଆମକୁ ଦିଆଯିବା ଦରକାର। ଆମେ ୧୫ ପାଇଛୁ। ୯ ମୁସଲମାନ ପ୍ରାର୍ଥୀ ଜିତିଛନ୍ତି। ପାଖାପାଖି ୭୨ ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ମୁସଲମାନଙ୍କ ପାଇଁ ହିଁ ଜିତିଛି। ଆମ ସମ୍ପ୍ରାଦୟ ମୁସଲମାନଙ୍କୁ ବହୁତ ଦେଇଛି। ବର୍ତ୍ତମାନ ସମୟ ଆସିଛି ଆମେ କିଛି ଫେରିବାର। ଆମକୁ ୫ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇ କଂଗ୍ରେସ ଆମ ଧନ୍ୟବାଦ ଦେବା ଉଚିତ୍।

ସାଫୀ ଆହୁରି କହିଛନ୍ତି ଯେ ଆମ ଦାବି ପୂରଣ ନେଇ ଆମେ ସୁନୀ ଉଲ୍‌ମା ବୋର୍ଡ ଅଫିସ୍‌ରେ ବୈଠକ କରିଥିଲୁ। ତେବେ ଜିତିଥିବା ୯ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ କେଉଁ ପଦ ଦିଆଯିବ ତାହା ସ୍ଥିର ହୋଇ ନାହିଁ।

ତେବେ ଭଲ କାମ ଏବଂ ଭଲ ପ୍ରାର୍ଥୀ ଆଧାରରେ କଂଗ୍ରେସ ଏହି ନିଷ୍ପତ୍ତି ନେବ । ଅନେକ ମୁସଲିମ ନେତା ଅନ୍ୟ ବିଧାନସଭା କ୍ଷେତ୍ରକୁ ଯାଇ ପ୍ରଚାର କରିଛନ୍ତି, ବେଳେବେଳେ ସେମାନେ ନିଜ ନିର୍ବାଚନ କ୍ଷେତ୍ର ମଧ୍ୟ ଛାଡିଛନ୍ତି । କଂଗ୍ରେସର ବିଜୟରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ସେମାନଙ୍କ ପାଖରେ ମୁସଲିମ ସମ୍ପ୍ରଦାୟରୁ ଜଣେ ଆଦର୍ଶ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର। ଏହା ସେମାନଙ୍କ ଦାୟିତ୍ୱ ବୋଲି ସାଫୀ ସାଦୀ ଦାବି କରିଛନ୍ତି । ମୁସଲିମ ନେତା ଜୋର ଦେଇ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଆମେ ଏହି ଦାବି କରିଥିଲୁ । ଏହା ନିଶ୍ଚିତ ରୂପେ ହେବା ଦରକାର । ଉପମୁଖ୍ୟମନ୍ତ୍ରୀ ଜଣେ ମୁସଲିମ ହେଉ ଆମେ କେବେଳ ଏହା ଚାହୁଁଛୁ ବୋଲି ସାଫୀ ସାଦୀ କହିଛନ୍ତି।

Comments are closed.