ବଲୋଦବଜାର: ଛତିଶଗଡ଼ ବଲୋଦବଜାର ବଜାରରେ ଭୟଙ୍କର ସଡ଼କ ଦୁର୍ଘଣାଟରେ ୬ ଜଣଙ୍କର ମୃତ୍ୟୁ ହୋଇଛି ୨୫ ଜଣ ଆହତ ହୋଇଛନ୍ତି। ସୋମବାର ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ସହ ଟ୍ରକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଗୋଡ଼ା ପୁଲିଆ ଅଢଞ୍ଚଳରେ ବଲୋଦବଜାର ଜାତୀୟ ରାଜପଥ ଉପରେ ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା ଟ୍ରକ।
ସୂଚନା ଅନୁସାରେ ୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ଭ୍ୟାନ୍ଟି ଗୋଡ଼ା ପୁଲିଆ ଠାରେ ଟ୍ରକ୍ ସହ ଧକ୍କା ହୋଇଥିଲା। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୫ ମହିଳା ଓ ଶିଶୁ ରହିଛି। ଦୁର୍ଘଟଣ ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଭ୍ୟାନ୍ରୁ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।
ପାଲାରି ଥାନା ପୁଲିସ ମାମଲାର ଅଧିକ ଯାଞ୍ଚ କରୁଛି। ମୃତକମାନଙ୍କ ପରିଚୟ ମିଳିଛି କି ନା ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ୍। ସେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ଆହତମାନଙ୍କୁ ଚିକିତ୍ସା ପାଇଁ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।