ଦୁନିଆରେ ଅନେକ ପ୍ରତିଭାଶାଳୀ ଲୋକ ଅଛନ୍ତି । ଆଗରୁ ଅନେକ ପ୍ରତିଭା ଲୁଚି ରହୁଥିଲେ । ହେଲେ ଏବେ ନିଜର ପ୍ରତିଭା ଦେଖାଇବାକୁ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ । ପୂର୍ବରୁ ଅଭିନେତା, ଗାୟକ ଆଦିି ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ଏବେ ଖୁବ୍ ସହଜରେ ଲୋକେ ନିଜର ପ୍ରତିଭା ଦେଖାଇ ଲୋକପ୍ରିୟ ହୋଇପାରୁଛନ୍ତି । ଏବେ ସେମିତି ଜଣେ ପ୍ରତିଭାଙ୍କ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ରୂପରେ ଅତି ସାଧାରଣ ଦେଖାଯାଉଛନ୍ତି କିନ୍ତୁ ତାଙ୍କର ପ୍ରତିଭା ଅସାଧାରଣ ଅଟେ ।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ପୁରୁଣା ଖବରକାଗଜ କଟିଙ୍ଗ କରି ନିଜ ପାଇଁ ଏକ ପୋଷାକ ତିଆରି କରିଛନ୍ତି । ଖବରକାଗଜ କାଟି ଫେଭିକୋଲ ସହିତ ଲେପନ କରି ସେ ଏପରି ଏକ ପୋଷାକ ତିଆରି କରିିଥିବା ଦେଖିବାକୁ ମିଳିଛି । କିନ୍ତୁ ପୋଷାକ ସହିତ ସେ ଏଥିରେ ମେଳ ଖାଉଥିବା ଅଳଙ୍କାର ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ କାନଫୁଲ ମଧ୍ୟ ଅନ୍ତର୍ଭୂକ୍ତ । ସବୁଠାରୁ ମଜାଦାର ବିଷୟ ହେଉଛି ଯେ ସେ କେବଳ ଏହି ପୋଷାକ ତିଆରି କରି ନାହାନ୍ତି, ବରଂ ଏହାକୁ ପିନ୍ଧିଥିବା ଭିଡିଓ ସୁଟ୍ ମଧ୍ୟ କରିଛନ୍ତି । ଏହି ସମୟରେ ତାଙ୍କର ପୋଜ୍ ଯିଏ ଦେଖିବ ସେ ହସିବ । ତଥାପି ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ଏହାକୁ ପରିହାସ କରୁଥିବାବେଳେ ଆଉ କିଛି ତାଙ୍କ ପ୍ରତିଭାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଆଉ କିଏ ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ପଛରେ ପକାଇ ଦେଇଛନ୍ତି ବୋଲି କହିଛନ୍ତି ।
Comments are closed.