Latest Odisha News

BREAKING NEWS

ଆସନ୍ତାକାଲି ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ଏହି ନୀତି । ତେଣୁ କାଲି ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ତେବେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମହାପ୍ରଭୁଙ୍କ ବନକଲାଗି ପାଇଁ ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ଲାଗି ଗର୍ଭଗୃହକୁ ପ୍ରବେଶ କରିବେ । ପରେ ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯିବ । ମହାପ୍ରଭୁଙ୍କର ବନକଲାଗି ନୀତି ସ୍ୱତନ୍ତ୍ର ।

Leave A Reply

Your email address will not be published.