Latest Odisha News

BREAKING NEWS

ମେ ୨୨ରୁ ହାଇକୋର୍ଟ ଗ୍ରୀଷ୍ମ ଅବକାଶ ଆରମ୍ଭ, ଅବକାଶକାଳୀନ ଖଣ୍ଡପୀଠରେ ହେବ ଜରୁରୀ ମାମଲାର ଶୁଣାଣି

କଟକ: ମେ ୨୨ ତାରିଖରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ। ମେ ୨୨ରୁ ଆରମ୍ଭ ହୋଇ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ କୋର୍ଟ ଛୁଟି ରହିବ। ଗ୍ରୀଷ୍ମ ଅବକାଶ ସମୟ ସରିବା ପରେ ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ଛୁଟି ସମୟରେ ନିର୍ଦ୍ଦିଷ୍ଟ ତାରିଖେ ଅବକାଶକାଳୀନ ଖଣ୍ଡପୀଠ ବସି ମାମଲାର ଶୁଣାଣି କରିବେ। କୋର୍ଟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ମେ ୨୩, ୨୫, ୩୦, ଜୁନ୍ ୧, ୬, ୮, ୧୨ ଓ ୧୩ରେ ଅବକାଶକାଳୀନ ଖଣ୍ଡପୀଠ ବସିବ।  ବସିବାକୁ ଥିବା ଦୁଇ ଜଣିଆ ଓ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ସୂଚନା ଅନୁସାରେ, ମେ ୨୩ ଓ ୨୫ ତାରିଖରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍‌ ଏମ୍‌.ଏସ୍‌. ସାହୁ ଦୁଇଜଣିଆ ଖଣ୍ଡପୀଠରେ ବସି ମାମଲାର ସମାଧାନ କରିବେ। ସେହିପରି ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ୍‌ ଚିତ୍ତରଂଜନ ଦାଶ ଜଣିକିଆ ଖଣ୍ଡପୀଠରେ ବସି ରାୟ ଶୁଣାଇବେ ବୋଲି କୋର୍ଟ କହିଛନ୍ତି। ପୁଣି ୩୦ରେ ଜଷ୍ଟିସ୍ କେ.ଆର.ମହାପାତ୍ର, ଜଷ୍ଟିସ୍‌ ଏମ୍‌.ଏସ୍‌. ସାହୁ ଦୁଇଜଣିଆ ଖଣ୍ଡପୀଠରେ, ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ।

ଅନ୍ୟପଟେ ଜୁନ ୧ରେ ଜଷ୍ଟିସ ଏସ.କେ.ସାହୁ ଓ ଜଷ୍ଟିସ ଏମ.ଏସ.ରମଣ ଦୁଇ ଜଣିଆ ଖଣ୍ଡପୀଠରେ, ଜଷ୍ଟିସ ବି.ପି.ରାଉତରାୟ, ଜଷ୍ଟିସ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ବିଚାର କରିବାକୁ ସ୍ଥିର ହୋଇଥିବା ବେଳେ ଜୁନ ୬ ଓ ୮ ତାରିଖରେ ଜଷ୍ଟିସ ଏମ.ଏସ.ରମଣ ଓ ଜଷ୍ଟିସ ଏସ.କେ.ସାହୁଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସେହିପରି ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ବି.ପି.‌ଶତପଥୀ ଜଣିକିଆ ଖଣ୍ଡପୀଠରେ ମାମଲା ଶୁଣାଣି ହେବ ବୋଲି କୋର୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୁଣି ଜୁନ ୧୨ ଓ ୧୩ ତାରିଖରେ ଜଷ୍ଟିସ ଶଶିକାନ୍ତ ମିଶ୍ର, ଜଷ୍ଟିସ ଏସ.କେ.ମିଶ୍ରଙ୍କ  ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଚାଲିବ। ସେହିପରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ ବି.ପି.ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଗୁଡିକର ଶୁଣାଣି କରିବେ ବୋଲି କୋର୍ଟ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସେହିପରି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ହେଉ ନଥିବା ଜରୁରୀ ମାମଲା ଗୁଡ଼ିକର କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ। ଏହାର ଶୁଣା ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ।

Comments are closed.