Latest Odisha News

BREAKING NEWS

ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା, ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ । ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ ଓ ପରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ ।

ଛତିଶାନିଯୋଗର ଏହି ବୈଠକରେ ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତା କରିବେ । ନୀତି ସବକମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ନୀତିନିର୍ଘଣ୍ଟ ଛତିଶା ନିଯୋଗରେ ଚୁଡାନ୍ତ ହେବ । ସେହିପରି ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବ ।‌ ସେହିପରି ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତିରେ ଶୃଙ୍ଖଳା ଆଣିବା, ରଥ ନିର୍ମାଣର ଅଗ୍ରଗତି, ସୁରକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ହେବ ଆଲୋଚନା  ।

ସେପଟେ ନୀତି ଅନୁଯାୟୀ ଚଳିତବର୍ଷ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ଅର୍ଥାତ ଜୁନ ୧୯ ରେ ରହିଛି । ତେବେ ଏହି ବୈଠକରେ ଛତିଶାନିଯୋଗ ମହାନାୟକ, ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ରହିବେ ।

Leave A Reply

Your email address will not be published.