ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍ତକ ରୋହାନ୍ ଧରି ଛିଡ଼ା ହୋଇଥିଲା । ଆଉ କଫି ପଟ୍ଟି ମୋ’ ହାତରୁ ଚହଲି ଯାଇ ତଳେ ଢାଳିଗଲା । ଠିକ୍ ସେତିକିବେଳେ ରୋହାନ୍ ହାତରୁ ଡ୍ରେସ୍ଗୁଡ଼ିକ ତା’ ଉପରେ ପଡ଼ିଗଲା । ସବୁ ପରିଶ୍ରମ ବେକାର । ଏବେ ଆମକୁ ପୁଣିଥରେ ଲଣ୍ଡ୍ରି ପାଇଁ ପଇସା ଖର୍ଚ୍ଚ କରିବାକୁ ପଡ଼ିବ । ସେଇଥିପାଇଁ, ୟା’ର ମୁଡ଼୍ ପୁରାପୁରି ଖରାପ । କଂଜୁସ୍
କୋଉଠିକାର ।”
ତା’ କଥା ସରୁସରୁ ବୀରା ମନ୍ତବ୍ୟ ଦେଲା, “ଆହା, ସତରେ ଭାରୀ ଦୁଃଖ କଥା ।” ସମୀରା ବି ଯୋଡ଼ି ହୋଇଯାଇ କହିଲା, “ହଁ, ହଁ, ପ୍ରକୃତରେ ଭାରୀ ଦୁଃଖଦ ।” ରୋହାନ୍ ଏ ଦୁଇଜଣଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । କିଛି ସମୟ ପରେ ଚାରିଜଣଯାକ ହସରେ ଫାଟି ପଡ଼ିଲେ । ହସି ହସି ବେଦମ୍ ହେବାପରେ, ଧଇଁ ସଇଁ ହୋଇ ବୀରା କହିଲା, “ହେ ଭଗବାନ, ସେତିକି ହେଉ । ଆଉ ହସି ହେବନି ।”
ସମସ୍ତେ ସ୍ଥିର ହେଲାପରେ ରୋହାନ୍ ପଚାରିଲା, “ଆଉ, ଏବେ କୁଆଡ଼େ ଯିବା?” । ସମୀରା ଜାହାଜସାରା ବୁଲିବା ପାଇଁ ପ୍ରସ୍ତାବ ଦେଲା ଓ କଥାଟି ସମସ୍ତଙ୍କ ମନକୁ ବେଶ୍ ପାଇଲା । ସେମାନେ ଲାଉଂଜ୍ରୁ ହିଁ ସେମାନଙ୍କ ବୁଲିବା ଆରମ୍ଭ କଲେ । ବିଶାଳ ମାର୍ବଲ ପାହାଚ ଦେଇ ଓହ୍ଲେଇବା ବେଳେ ସମୀରା ପାଟିରୁ
ବାହାରିପଡ଼ିଲା, “ଚମତ୍କାର!”
ଅତି ସୁନ୍ଦର ପୋଷାକ ପିନ୍ଧିଥିବା ୱେଟର୍ ଜଣେ ରଙ୍ଗବେରଙ୍ଗ ପାନୀୟ ଥିବା ଏକ ଟ୍ରେ ଧରି ତାଙ୍କ ପାଖକୁ ଆସି, ସୁପ୍ରଭାତ ଜଣାଇ ସୂଚନା ଦେଲା ଯେ, ଜାହାଜ କର୍ଚାୃପକ୍ଷଙ୍କ ତରଫରୁ ଏସବୁ ସୌଜନ୍ୟମୂଳକ ପାନୀୟ । ୟା’ପରେ ଚାରିଜଣଯାକ ନିଜ ନିଜ ପସନ୍ଦର ପାନୀୟ ଧରି ଭିଜିଟର୍ସ୍ ଲାଉଂଜ୍ ଆଡ଼କୁ ଚାଲିଲେ ।’
କ୍ରମଶଃ