ରାଜ କିଶୋର ନାୟକ
ତୁମେ ଆକାଶର ନୀଳ ଜହ୍ନ ସତ
ମୁଁ ଧରଣୀ ଶ୍ବେତ କଇଁ
ତୁମରି ଜୋଛନା ପରସ ପାଇ ମୁଁ
ନିଶିଥେ ଉଠଇ ଚେଇଁ ।
ନୀଳାକାଶେ ତୁମେ ଧୂସର ବାଦଲ
ମୁଁ ବୈଶାଖୀ ଶୁଷ୍କ ନଈ
ଆଷାଢ ପ୍ରଥମ ଵରଷା ଛୁଆଁରେ
ଧୀରେ ଧୀରେ ଯାଏ ବହି
ତୁମେ ଆକାଶର….।
ଫଗୁଣରେ ତୁମେ ମଳୟ ପବନ
ମୁଁ ଫୁଲ ଉଦ୍ଯାନ ହୋଇ
ତୁମରି ସାଥିରେ ମଧୁର ସଞ୍ଜରେ
ଵାସ ମୋର ବିତରଇ
ତୁମେ ଆକାଶର..।
ତୁମ ବିନା ମୁହିଁ ସଂସାର ଭିତରେ
କେମିତି ପାରିବି ରହି
ତୁମରି ସାନ୍ନିଧ୍ଯ ନପାଇଲେ ମୋର
ଅସ୍ତିତ୍ୱ ରହିବ ନାହିଁ
ତୁମେ ଆକାଶର..।
ତଳବଙ୍ଗାଳ, କୁଶୁବେଣ୍ଟି,
ବ୍ରହ୍ମଗିରି
ଦୂରଭାଷ-୭୦୦୮୫୬୯୯୩୦
Comments are closed.