ପ୍ରଣତି ଆଚାର୍ଯ୍ୟ ମିଶ୍ର
ପୁଷି ମାଉସୀ ପୁଷି ମାଉସୀ
ଆ ପାଖକୁ ଯାଅନି ଋଷି
କଂଅଳ ଦେହ ତୋର
ବାଘମାମୁଁ ତୋ ଅଟେ କି ଭାଇ
ଦିଶୁ କେଡେ ସୁନ୍ଦର।।
ବାପା ତୋ ପାଇଁ ଆଣି ଅଛନ୍ତି
ଆମ ଗାଡିଆ ମାଛ
ଖାଇ ଖୁସିରେ ଶୋଇବୁ ଯାଇ
ହଲାଇ ତୋର ପୁଛ।।
ମିଆଁଉ ମିଆଁଉ ଡାକିବୁ ଯେବେ
ଯିବି ତୋ ପାଶେ ଧାଇଁ
ହୋଇଛି କଣ କହ ଲୋ ପୁଷି
ବସିଛୁ ମନ ଶୁଖାଇ।।
ସାନ ଭାଇ ମୋ ଭାରି ଚଗଲା
କହିଲି କହ ସତ
କ’ଣ କରିଛୁ ପୁଷି ଆମର
ଖାଉନି କାହିଁ ଭାତ।।
କହିଲା ମୁନା ବାଡି ଧରିକି
ବାଡେଇ ଦେଲି ତାକୁ
ଖାଉ ଥିଲା ସେ ମାଛ ଲୁଚାଇ
ଦେଖିଲି ଯାଇ ପାଖକୁ।।
କହିଲି ମୁନା ଭୁଲ୍ କରିଲୁ
ମାଛ ମୁଁ ଦେଇଥିଲି
ଖାଉ ଥିଲା ସେ ଖୁସିରେ ବସି
ଏବେ କାନ୍ଦୁଛି ଖାଲି।।
ବାପା କହିଲେ ଦୁଷ୍ଟାମି କଲୁ
କର ତୁ ଗେଲ ଯାଇ
ପୁଷି ଆମର ଋଷି ବସିଛି
ଅଝଟ ହୁଅ ନାହିଁ।।
ପୁଷି ପାଖକୁ ଯାଇ କହିଲା
ହୋଇଲା ଭୁଲ୍ ମୋର
କେବେ ବି ଆଉ ଦେବି ନି ଗାଳି
ଦୋଷ ନଧର ମୋର।।
ପଶୁ ହେଉ କି ମଣିଷ ହେଉ
ନଦେବା ଦୁଃଖ କାରେ
ସେ’ଦିନୁ ମୁନା ହୋଇଲା ସୁନା
ବହିଲା ଲୁହ ଧାରେ।।
ନୟାଗଡ଼
୯୪୩୭୬୪୨୯୪୭
Comments are closed.