ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଗିରଫ ପରୱାନା ଜାରି କରିିଛି ସିବିଆଇ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ବାରମ୍ବାର ନୋଟିସ ପରେ ବି ହାଜର ହେଉ ନାହାନ୍ତି । ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି ।
୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହାଜର ହୋଇ ନ ଥିଲେ ଶ୍ରଦ୍ଧାଞ୍ଜଳି । କୋର୍ଟରେ ହାଜର ହେବା ପାଇଁ ଶନିବାର ଥିଲା ଶେଷ ତାରିଖ । ହେଲେ ସେ କୋର୍ଟରେ ହାଜର ହୋଇ ନ ଥିଲେ । ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଅର୍ଚ୍ଚନା ବ୍ଲାକ୍ମେଲ କାହାଣୀର ଆଉଜଣେ କଳାକାର ହେଉଛନ୍ତି ଶ୍ରଦ୍ଧାଞ୍ଜଳି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ନେଇ ବ୍ଲାକମେଲିଂ ଅଭିଯୋଗ ଭିତରେ ସାମ୍ନାକୁ ଆସିଥିଲା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ । ତାଙ୍କର ଅଭିଯୋଗ କ୍ରମେ ସାମ୍ନାକୁ ଆସିଥିଲା ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ ବ୍ଲାକମେଲର କଳା ସାମ୍ରାଜ୍ୟ । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ ହୋଇଥିଲେ । ବେଳେ ଆର୍ଥିକ କାରବାର ଘଟଣାରେ ଜଣକ ପରେ ଜଣକଙ୍କୁ ଡାକି ଜେରା ଜାରି କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଚକମା ଦେଇ ଲୁଚିଛପି ବୁଲୁଥିବା ଶ୍ରଦ୍ଧାଞ୍ଜଳି, ଇଡିରେ ହାଜର ହେବା ପୂର୍ବରୁ ୨୫ଟି ଲୋକେସନ୍ ବି ବଦଳାଇଥିଲେ ।
Comments are closed.