Latest Odisha News

BREAKING NEWS

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ ।

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି, ୨ ହଜାର ନୋଟ ବଦଳାଇବା ଲାଗି କୌଣସି ପରିଚୟପତ୍ରର ଆବଶ୍ୟକତା ନାହିଁ । ଏପରିକି କୌଣସି ଫର୍ମ ମଧ୍ୟ ଭରିବାକୁ ପଡ଼ିବ ନାହିଁ । ଆପଣ ଗୋଟିଏ ଥରରେ ସର୍ବାଧିକ ୧୦ଟି ୨ ହଜାର ନୋଟ୍ ବଦଳାଇ ପାରିବେ ।

୧୯ ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ହଜାରର ନୋଟ୍ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲା । ସେପ୍ଟେମ୍ବର ୩୦ ମଧ୍ୟରେ ୨ ହଜାରର ନୋଟ୍ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ କରିଛି ଆରବିଆଇ ।

ଯଦି ଆପଣଙ୍କ ପାଖେ ୨ ହଜାରର ନୋଟ୍ ରହିଛି ତାହେଲେ ପ୍ରଥମେ ଆପଣ ଆପଣଙ୍କ ନିକଟସ୍ଥ କୌଣସି ବ୍ୟାଙ୍କକୁ ଯାଆନ୍ତୁ । ଏବଂ ସେଠାରେ ଗୋଟିଏ ଥରରେ ସର୍ବାଧିକ ୧୦ଟି ୨ ହଜାରର ନୋଟକୁ ବଦଳାଇ ପାରିବେ । ତା ଛଡ଼ା ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଜମା ବି କରି ପାରିବେ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

Leave A Reply

Your email address will not be published.