Latest Odisha News

BREAKING NEWS

ଶାରୀରିକ ଦୁର୍ବଳତା ଦୂର ପାଇଁ ଲୋକେ ଖାଆନ୍ତି ପ୍ଲେସେଣ୍ଟା : ଅଭିନେତା ଓ ପତ୍ନୀ ଖାଇ ଭିଡ଼ିଓ କଲେ ସେୟାର

ତାଇୱାନ: ଆପଣ ନିଶ୍ଚୟ ଅନେକ ନରଭକ୍ଷୀ ବିଷୟରେ ଶୁଣିଥିବେ । ଅନେକ ଦେଶରେ ମଣିଷ ମାଂସ ଖାଇବା ସମ୍ପୂର୍ଣ୍ଣ ଭାବେ ନିଷେଧ । ଏପରି ଅନେକ ମଣିଷ ମାଂସ ଖାଇ ଧରା ମଧ୍ୟ ପଡିଛନ୍ତି । ତଥାପି କିଛି ଲୋକ ଏହାକୁ ଲୁଚି ଲୁଚି ମଧ୍ୟ ଖାଇଥାନ୍ତିି । ଏବେ ତାଇୱାନର ଜଣେ ଅଭିନେତା ପ୍ଲେସେଣ୍ଟା ଖାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ନିକଟରେ ତାଇୱାନ ଅଭିନେତା ବେଞ୍ଜାମିନ୍ ୱଙ୍ଗ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତାଙ୍କୁ ତାଙ୍କ ପତ୍ନୀଙ୍କ ସହ ଦେଖିବାକୁ ମିଳିଛି । ନିକଟରେ ତାଙ୍କ ସିନ୍ଦି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହି ଜନ୍ମ ପରେ ଏହି ଦମ୍ପତି ପ୍ଲେସେଣ୍ଟା ସଂରକ୍ଷଣ କରି ରଖିଥିଲେ, ଯାହାକୁ ପରେ ରାନ୍ଧିକି ଖାଇବେ । ଅଭିନେତା ପ୍ଲେସେଣ୍ଟା ରୋଷେଇ କରିବାର ସମ୍ପୂର୍ଣ୍ଣ ଭିଡିଓ ସେୟାର କରିଛନ୍ତି । ପ୍ରଥମେ ସେ ପ୍ଲେସେଣ୍ଟାକୁ ଭଲ ଭାବେ ଧୋଇ ଛୋଟ ଛୋଟ ପିସ୍ କରିଥିଲେ । ଏହାକୁ ଫୁଟୁଥିବା ଗରମ ପାଣିରେ ଭଲ ଭାବେ ସିଝାଇଥିଲେ । ଏହାକୁ ପିଆଜ ଓ ଅଦା ଦେଇ ଭାଜିିଥିଲେ । ପରେ ଏହାକୁ ଉଭୟ ଏକ ପାତ୍ରରେ ଖାଉଥିବା ଦେଖିବାକୁ ମିଳିଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅନେକ ଦେଶରେ ପ୍ଲେସେଣ୍ଟାକୁ ଲୋକେ ଖାଇଥାନ୍ତି । କିଛି ଲୋକ ଏହାକୁ କଞ୍ଚା ଖାଉଥିବା ବେଳେ ଆଉ କିଛି ସୁପ୍ କରି ପିଇଥାନ୍ତି । ଆଉ କିଛି ଏହାକୁ ଶୁଖାଇ ମଧ୍ୟ ଖାଇଥାନ୍ତି । ଏହାକୁ ଖାଇଲେ ମଣିଷର ଦୁର୍ବଳତା ଦୂର ହେବା ସହ ବୃଦ୍ଧି ଭଲ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଅଭିନେତା ଏହି ଭିଡିଓ ସେୟାର କରିବା ପରେ ଏହାକୁ ନେଇ ଅନେକ ସମାଲୋଚନା କରିଛନ୍ତି । ଅନେକ ଲୋକ ଏହାକୁ ଘୃଣ୍ୟ ବୋଲି କହିଛନ୍ତି ।

Comments are closed.