Latest Odisha News

BREAKING NEWS

ଗିରଫ ହେଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ।

ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ତାଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇ ପାରୁନଥିଲା । ସେ ସୁପ୍ରିମକୋର୍ଟରେ ଜାମିନ ଲାଗି ଆବେଦନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କର ଏହି ଆବେଦନର ଶୁଣାଣିକୁ ୨ ଦିନ ଘୁଞ୍ଚାଇ ଦେଇଥିଲେ ।

ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗରେ ସତ୍ୟତା ନଥିବା ନେଇ କଂଗ୍ରେସ ମୁଖ୍ୟାଳୟରେ ଚିଦାମ୍ବରମ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ନିଜ ବାସଭବନରେ ଥିବା ବେଳେ ସିବିଆଇ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଏଏନଆଇ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତାକାଲି ଶ୍ରୀ ଚିଦାମ୍ବରମଙ୍କୁ ସିବିଆଇ ରୋଜ୍ ଆଭେନ୍ୟୁସ୍ଥିତ ଅଦାଲତରେ ହାଜର କରାଯିବ ।

Leave A Reply

Your email address will not be published.