Latest Odisha News

ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଶହ ଶହ ଗାଡି

ଢେଙ୍କାନାଳ:ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏ ଭୟଙ୍କର ଛାତିଥରା ଦୃଶ୍ୟ । ରାସ୍ତା ଉପରେ ପଡିଥିଲା  ଖଣ୍ଡ ବିଖଣ୍ଡିତ ଶବ । ରକ୍ତରେ ଲାଲ ଦିଶୁଥିଲା କଳା ମଚମଚ ପିଚୁ ରାସ୍ତା । ଦେଖିବା ଲୋକଙ୍କ ଆଖି ବନ୍ଦ ହୋଇ ଯାଉଥିଲା । ଏ ଦୃଶ୍ୟ ଦେଖି ହେବନି କି ଦେଖାଇ ହେବନି । ହେଲେ ସମସ୍ତ ସ୍ତବ୍ଧ । ରାସ୍ତାରେ ପଡିଥିଲା ଜଣେ ବୃଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ଶରୀରର ଅଂଶ । ଏ ଦୃଶ୍ୟ ଦେଖିବାକୁ ମିଳିଥିଲା  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଶିବୁଳାପଶି ଗାଁ ଓଭର ବ୍ରିଜ ଉପରେ।

ସଡକ ଦୁର୍ଘଟଣାରେ ବୃଦ୍ଧାଜଣଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ବୃଦ୍ଧାଙ୍କର କୌଣସି ପରିଚୟ ମିଳି ପାରିନାହିଁ କିମ୍ବା ସେ କୁଆଡେ ଆସୁଥିଲେ ଏବଂ କିପରି ଏ ଦୁର୍ଘଟଣା ଘଟିଲା ତାହା ଜଣା ପଡି ନାହିଁ । ତେବେ ତାଙ୍କ ଶରୀର ଉପରେ ଶହ ଶହ ସଂଖ୍ୟକ ଯାନବାହନ ଚଢି ଯାଇଥିବା ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି । ଯାହାଫଳରେ ବୃଦ୍ଧାଙ୍କର ଶତାଧିକ ଖଣ୍ଡ ବିଖଣ୍ଡିତ ଶରୀର ରାସ୍ତାର ଚାରିଆଡେ ପଡିରହିଛି ।

ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଖଣ୍ଡ ବିଖଣ୍ଡିତ ଶରୀର ଗୁଡିକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।   ଘଟଣାଟି ଭୋର ସମୟରୁ ହୋଇଥିବା ପୋଲିସ ସନ୍ଦେହ କରୁଛି । ବୋଧହୁଏ  ଅନ୍ଧାର ଯୋଗୁ  ବୃଦ୍ଧା ଜଣକ ଗାଡି ଧକ୍କାରେ ତଳେ ପଡି ଯାଇଛନ୍ତି ଏବଂ ତା’ ପରେ ତାଙ୍କ  ଉପରେ ଶହ ଶହ ଗାଡି ଚଢି ଯାଇଛି ।  ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ କାମାକ୍ଷାନଗର ମେଡ଼ିକାଲକୁ ପଠେଇ ଅଧିକ ତନାଘନା କରୁଛି ।

Leave A Reply

Your email address will not be published.