Latest Odisha News

BREAKING NEWS

ରାଜଧାନୀରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ, ଚେକିଂ ଓ ବ୍ଲକିଂ ଜୋରଦାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ହେଲା ସେଫ ସିଟି ଡ୍ରାଇଭ। ଲୋକଙ୍କ ସୁରକ୍ଷା ସହ ନିଶା ଚାଲାଣ ଓ ଅପରାଧ ରୋକିବା ପାଇଁ ଚେକିଂ ଓ ବ୍ଳକିଙ୍ଗ ଜୋରଦାର କରାଯାଇଛି। ସବୁଆଡ଼େ ପୁଲିସ ପଇଁତରା ମାରିବା ସହ ମୁଖ୍ୟ ଛକ ରାସ୍ତାଗୁଡ଼ିକରେ ଚେକିଂ ଚାଲିଛି ବୋଲି ଭୁଭନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

ଭୁବନେଶ୍ୱର ନାଲକୋ ଛକ, ଝାରପଡା, ପୁରୁଣା ଷ୍ଟେସନ ବଜାର, ରବି ଟକିଜ, ୟୁନିଟ ୬ ହସ୍ପିଟାଲ ଛକରେ ଚେକିଂ ଜୋରଦାର ଚେକିଂ ଚାଲିଛି। ଏହାଛଡ଼ା ରାମମନ୍ଦିର ଛକ, ଷ୍ଟୁଆର୍ଟ ସ୍କୁଲ ଛକ, ଜାଗମରା ଓ କଳିଙ୍ଗ ଷ୍ଟୁଡିଓ ଛକରେ ମାରାଥନ ଚେକିଂ କରିଛି ପୁଲିସ। ରାଜଧାନୀରେ ଦିନକୁ ଦିନକୁ ବଢ଼ୁଥିବା ନିଶା କାରବାର, ଲୁଟ୍ ଛିନ୍‌ତାଇ ରୋକିବାକୁ ପୁଲିସ ଅଣ୍ଟା ଭିଡ଼ିଛି।

ଏନେଇ ଡିସିପି ପୀତକ ସିଂହ କହିଛନ୍ତି ଯେ ସହରକୁ ଅପରାଧମୁକ୍ତ କରିବା ପାଇଁ ‘ସେଫ ସିଟି ଡ୍ରାଇଭ’କୁ ଜୋରଦାର କରାଯାଉଛି। ବାର, ପବ୍‌ରେ ଚଢଉ କରିବା ପରେ ଛକ ବଜାରରେ ଚେକିଂ ଜାରି ରହିଛି। ଆଗକୁ ମଧ୍ୟ ଏଭଳି ଚେକିଂ ଓ ବ୍ଳକିଙ୍ଗକୁ ବ୍ୟାପକ ରୂପରେ କରାଯିବ ବୋଲି ଡିସିପି କହିଛି। କେବଳ ସେତିକି ନୁହେଁ, ହୋଟେଲରୁ ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ନିଆଯାଉଛି। କୌଣସି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ ପ୍ରତୀକ ସିଂହ ଅନୁରୋଧ କରିଛନ୍ତି।

 

Comments are closed.