Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀମାନଙ୍କ ଭିତରେ ଏହି ତଡଉ କରଣ ସେବାଟି ଅତ୍ୟନ୍ତ, ଗୁରୁତ୍ୱ ପୂର୍ଣ୍ଣ ସେବା ଶ୍ରୀଜୀଉମାନଙ୍କ ଦ୍ୱାର ଫିଟା ନୀତି ପୂର୍ବରୁ ଆରମ୍ଭ ହୋଇ, ପହୁଡ଼ ପର୍ଯ୍ୟନ୍ତ ରହି ସମସ୍ତ କାର୍ଯ୍ୟ ତଦାରଖ କରିବା ଏମାନଙ୍କ କାର୍ଯ୍ୟ। ସରଣୀର ଅନ୍ତର୍ଭୁକ୍ତ ଅଟେ। ଏମାନେ ତେଣୁ ମହାନାୟକ ଶାଢ଼ୀ ବନ୍ଧା କରଣ ସେବକ ଅଟନ୍ତି ଓ ଏହି ସେବା ବଂଶାନୁକ୍ରମିକ ଭାବରେ କରି ଆସୁଛନ୍ତି । ମୁଖ୍ୟତଃ ପ୍ରତିଦିନ ଦ୍ୱାର ଫିଟା ନୀତି ପୂର୍ବରୁ ଆସି ଦେଉଳ କରଣ ଓ ଚର୍ଚ୍ଚା କର୍ମଚାରୀମାନଙ୍କୁ ନୀତି ସମ୍ପର୍କରେ ଆଲୋଚନା କରିଥାନ୍ତି।ସେହିପରି ଚାଙ୍ଗଡ଼ା ମେକାପଙ୍କୁ ବାର ଅନୁସାରେ ଶ୍ରୀଜୀଉମାନଙ୍କ ବସ୍ତ୍ର ଅଳଙ୍କାର ବିଷୟରେ ଅବଗତ କରାନ୍ତି । ଶ୍ରୀଜୀଉମାନଙ୍କ ବିଜେ କାର୍ଯ୍ୟ ଦିନ ଆଜ୍ଞାମାଳ ଲାଗି ପାଇଁ ଖୁଣ୍ଟିଆ ସେବକଙ୍କୁ ଖବର ଦିଅନ୍ତି । ସାହାଣମେଲା ସମୟରେ ସିଂହାସନ ତଳେ ପାଳିଆ ମେକାପଙ୍କ ପଛରେ ରହି ଭେଟ ପିଣ୍ଡିକା, ଶ୍ରୀଅଙ୍ଗ ଲଗା ଆମଦାନୀ କରାଇବା, ପରେ ସମ୍ପୃକ୍ତ ସେବକଙ୍କୁ ତାଙ୍କ ପ୍ରାପ୍ୟ ଦେଇ ବଳକା ଆୟ ଆମଦାନୀ ମନ୍ଦିର ଅଫିସକୁ ଦେଉଳ କରଣଙ୍କ ଦସ୍ତକତରେ ଚାଲାଣ ଲେଖି ପଠାଇଥାନ୍ତି। ସେହିପରି କିଛି ଯଜମାନି ଲୁଗା ଅଳଙ୍କାର ଲାଗିହେବ ତାହାର ହିସାବ ରଖି, ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ ଦେଇ ବଳକା ପାଇଁ ଚାଲାଣ କାଟିବା। ବିଭିନ୍ନ ଯାତ୍ରା ଅନୁସାରେ ସେହି ଯାତ୍ରାରେ ଲାଗି ହେଉଥିବା ସ୍ୱତନ୍ତ୍ର ପ୍ରସାଦ ପାଇଁ ବ୍ୟବସ୍ଥା କରିବା। ରୁକ୍ମିଣୀ ହରଣ ଦିନ ଚିଟାଉ ଲେଖି ବିପ୍ର ହସ୍ତରେ ପରମେଶ୍ୱରଙ୍କ ନିକଟକୁ ପ୍ରେରଣ କରିବା। ଶ୍ରୀଜୀଉମାନଙ୍କ ବେଶ ହେବ ତାର ତାଲିକା ସିଂହାସନ ତଳେ ରହି ପ୍ରସ୍ତୁତ କରିବା। ସହ ଆହୁରି ଅନେକ କାର୍ଯ୍ୟ ଏହି ସେବକଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ। ଯେପରି ଯାନୀ ଯାତ୍ରା ସମୟରେ ଅଧିବାସ ଗୃହ ମୁଦ ଦେବା ଓ ଖୋଲିବା, ହରିବଲ୍ଳଭ ତାଟ ମୁଦ ଦେଇ ନଅର କୁ ପଠାଇବା ଅଣସର ତଥା ମହାଅଣସର ତାଟି ଘର ଓ ଦକ୍ଷିଣ ଘର ମୁଦ ଦେବା ଓ ଖୋଲିବା ଏମାନେ କରିଥାନ୍ତି। ଅନ୍ୟ ଏକ ମୂଖ୍ୟ କାମ ହେଲା ନୀତି, ସେଵା, ଓ ସେବକଙ୍କ ଦୋଷ ଗୁଣ ଦର୍ଶlଇଥାନ୍ତି। ଯାହାର ଶାଢ଼ୀ ବନ୍ଧା କାର୍ଯ୍ୟ ଥିବ ତାଙ୍କ ବିଷୟରେ ରିପୋର୍ଟ ଦେବା ଇତ୍ୟାଦି।ଆଗାମୀ ଅଧ୍ୟାୟରେ ଆହୁରି କିଛି ଜାଣିବା ଏହି ସେବକଙ୍କ ବିଷୟରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ମଧୁର ସୁରୁଚି ବଚନେ
ହରଷ କରି ସର୍ବ ଜନେ ।
ତୀର୍ଥ ର ପ୍ରାୟେ ଭବବନେ
ଭ୍ରମଇ ଜନ ପରିତ୍ରlଣେ ।
ତୀର୍ଥ ସ୍ପରଶେ ଲୋକ ବୃନ୍ଦ
ଯେସନେ ଲଭନ୍ତି ଆନନ୍ଦ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.