ଇମ୍ଫାଲ: ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ଦଙ୍ଗାକୁ ରୋକିବାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହିଂସା ମାମାଲରେ ନ୍ୟାୟିକ ତଦନ୍ତ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଇମ୍ଫାଲ୍ରେ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହୋଇଥିବା ହିଂସା ମାମଲାରେ ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସିବିଆଇ ଟିମ୍ ଏହି ଘଟଣାର ତଦନ୍ତ କରିବ।
VIDEO | "I assure the people of Manipur that an impartial probe into the violence will be conducted and the wrongdoers will be punished," says Union Home Minister Amit Shah at a press conference in Imphal. pic.twitter.com/9pVdS2hSAu
— Press Trust of India (@PTI_News) June 1, 2023
ଏଥିସହିତ ମଣିପୁର ସମ୍ପ୍ରଦାୟଙ୍କ ସହ ମିଶି ଏକ ଶାନ୍ତି କମିଟ ଗଠନ ହେବ। ମଣିପୁର ରାଜ୍ୟପାଳ ଏହି ଶାନ୍ତି କମିଟିର ନେତୃତ୍ୱ ନେବେ ବୋଲି ଶାହ ଘୋଷଣା କରିଛନ୍ତି। ରାଜ୍ୟରେ ହିଂସାକୁ ନେଇ ୪ ଦିନିଆ ମଣିପୁର ଗିସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗସ୍ତ ବେଳେ ଶାହ ସୁରକ୍ଷା କର୍ମୀଙ୍କ ସହ ବିଭିନ୍ନ ଅଧିକାରୀ ଓ ରାଜ୍ୟର ପୁରୋଧାମାନଙ୍କ ସହ ଆଲୋଚନା କରିଛନ୍ତି।
ଏନେଇ ଶାହ କହିଛନ୍ତି “ ଗତ ୩ ଦିନରେ ମଣିପୁରର ଇମ୍ଫାଲ ସମେତ ମୋରେହ ଓ ଚୁରାଚାନ୍ଦପୁର ଗସ୍ତ କରି ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କ ସହ ଆଲୋଚନା କରି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିଛି। ମୋତେ କୁକୀ ଓ ମାଇତେଇ ସମ୍ପ୍ରଦାୟଙ୍କୁ ଭେଟିବାକୁ ପଡ଼ିବ। ” ଆଲୋଚନା ମାଧ୍ୟମରେ କେବଳ ହିଂସାର ସମାଧାନ କରାଯାଇପାରିବ ବୋଲି ଶାହ କହିଛନ୍ତି।
Comments are closed.