Latest Odisha News

BREAKING NEWS

ଭାଷା ଭାଗବତ : ଜୀବିତ ଲେଖକ ଦୁଃଖୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଶ୍ରାଦ୍ଧୋତ୍ସବ ଓ ଜନ୍ମଦିନ
ପାଳନ କରି ଘନ ଘନ
ଆମ ସାହିତ୍ୟ ସଂସ୍ଥାମାନ
କରଂତି ଯେତେ ଆୟୋଜନ

ତହିଁରୁ ଭାଷା ପ୍ରତି ପ୍ରୀତି
ବଢ଼ୁ କି ନ ବଢ଼ୁ ଏ ଜାତି
ଅତି ଉତ୍ସବ-ପରାୟଣ
ହୋଇ କରୁଛି ଭାଷା ମ୍ଳାନ

ଅସଂଖ୍ୟ ନିରବ ସାଧକ
ପାଆଂତିନାହିଁ ପ୍ରକାଶକ
କେବଳ ଧନିକ ଲେଖକ
ପାଆଂତି ବହୁ ସମର୍ଥକ

ସାହିତ୍ୟ ହେଲେ ବ୍ୟବସାୟ
ଗୁରୁତ୍ବହୀନ ହେବା ଥୟ
ହେଲେ ହେଁ ଓଡ଼ିଆଂକ ମତି
ପୋଷି ଜାଣେନି ଭାଷାସକ୍ତି

ଜୀବିତ ଲେଖକ ଉପେକ୍ଷା
ସହିବାର ମୌଳିକ ଦୀକ୍ଷା
ନେଲେ ହିଁ ପାରେ କିଛି ଲେଖି
ହେଲେ ହେଁ ଆମରଣ ଦୁଃଖୀ

ଶବ ହେବା ପୂର୍ବରୁ କେହି
ଏଠି ଆଦୃତ ହୁଏନାହିଁ
ଏହି ଦାରୁଣ ପରଂପରା
ଭାଷାକୁ କରେ ଦରମରା

ଯେତେ ଉତ୍ସବ ଆୟୋଜକ
ହେଲେ ହେଁ ସାହିତ୍ୟ ରସିକ
ନ କରି ସାହିତ୍ୟ ପ୍ରଚାର
ସଭା କରଂତି ବାରଂବାର

ବହିଟେ ନ ପଢ଼ିଲେ କେହି
ହୋଇପାରେନି କାଳଜୟୀ
ଏହା ତ ସୁବିଦିତ କଥା
ବୁଝିପାରେନି ଆମ ମଥା

 

Comments are closed.