Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

କରଣ ସେବକଙ୍କ ବିଷୟରେ. ତଡଉ କରଣ ଙ୍କ ପରେ ଏବେ ଆଲୋଚିତ ହେବ ଦେଉଳ କରଣ ଙ୍କ ବିଷୟରେ। କରଣ ସେବକଙ୍କ ମଧ୍ୟରେ ଦେଉଳ କରଣ ମଧ୍ଯ ମହାନାୟକ ଶାଢ଼ୀ ବନ୍ଧା କରଣ ସେବକ ଓ ଏହି ସେବାଟି ବଂଶାନୁକ୍ରମିକ ଭାବରେ ଚାଲି ଆସୁଛି। ମୁଖ୍ୟତଃ ଏହି ସେଵା ଶ୍ରୀମନ୍ଦିର ପରିଚାଳନାର ଏକ ପ୍ରମୁଖ ଅଙ୍ଗ ଅଟେ। କାରଣ ସକାଳ ଦ୍ୱାର ଫିଟାଠାରୁ ପହୁଡ଼ ପର୍ଯ୍ୟନ୍ତ ନୀତି ସବୁ ଠିକ ସମୟରେ ହେଉଛି କି ନାହିଁ ତାହା ଦେଉଳ କରଣ ହିଁ ତଦନ୍ତ କରିବେ। ତତ ସହିତ ନିୟମିତ ଭାବରେ ପ୍ରସ୍ତୁତ ହୋଇ ଭୋଗ ହେଉଛି କି ନାହିଁ ତାର ମଧ୍ୟ ତଦନ୍ତ କରିବେ। ସେହିପରି ପର୍ବ ପର୍ବାଣୀ ଯାନିଯାତ୍ରାରେ ଉପାଧି ଭୋଗ ଜିନିଷ ଆଣି, ଭୋଗର ତାଲିକା ପ୍ରସ୍ତୁତ କରି ମହାସୁଆରଙ୍କୁ ପ୍ରଦାନ କରନ୍ତି । ବିଭିନ୍ନ ସେବକମାନେ ସେବକ ଖେଇ ପାଇଲେ କି ନାହିଁ ତାହା ତଦାରଖ କରିବେ। ଯଜମାନି ବସ୍ତ୍ର, ଅଳଙ୍କାର ପ୍ରଭୃତି ଲାଗି ହେଲେ ତାହା ସିହା କରି ରେଜିଷ୍ଟାରରେ ଲେଖିବେ। ପ୍ରତ୍ୟେକ ବେଶରେ ଲାଗି ହେଉଥିବା ପଦାର୍ଥ ଠିକ ଭାବରେ ଫେରସ୍ତ ହେଲା କି ନାହିଁ ତାର ତତ୍ତ୍ୱ ନେବେ। ଭଣ୍ଡାର ଓ ଚାଙ୍ଗଡ଼ା ଘର ଲୁଗାର ଆୟ ବ୍ୟୟ ହିସାବ ରଖିବେ ଏହିଭଳି ଅନେକ ଗୁରୁତ୍ୱପୂର୍ଣ କାର୍ଯ୍ୟ ଏହି ଦେଉଳ କରଣ ସେବକ କରିଥାନ୍ତି। ଏଭଳି ପରିଚାଳନା ଅନ୍ତର୍ଗତ କାର୍ଯ୍ୟ ସହ ଅନ୍ୟ ସେବକମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ତଥା ବିବାଦର ମଧ୍ୟ୍ୟ ସମାଧାନ କରିଥାନ୍ତି। ଆଗାମୀ ଅଧ୍ୟାୟରେ ଏହି ସବୁ ଗୁରୁତ୍ୱପୂର୍ଣ କାର୍ଯ୍ୟ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଏଣୁ ପ୍ରସନ୍ନ ଚିତ୍ତ ମୋର
ସ୍ଵଭାବେ ନିର୍ମଳ ଶରୀର ।
କେ ଜାଣିପାରେ ମୋ ଅନ୍ତର
ଗଭୀର ଯେସନେ ସାଗର ।
ବରଷା ସମୟରେ ନଦୀ
ସମୂହେ ବହନ୍ତି ଆଛାଦି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.