Latest Odisha News

କବାଡ଼ିବାଲାଠୁ ଆଣିଲେ ଗାଡ଼ି, ଏବେ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହିଳା

ବ୍ରାଜିଲ: ଅନେକ ଲୋକ ଘରେ ରହିବା ପରିବର୍ତ୍ତେ ବଡ଼ ବଡ଼ ଗାଡିଗୁଡ଼ିକୁ ଘର ବନାଇ ସେଥିରେ ରହିବାକୁ ପସନ୍ଦ କରୁଛନ୍ତି । ଏହା ସେମାନଙ୍କ ପାଇଁ ଲାଭଦାୟକ ହେବା ସହ ବିଭିନ୍ନ ସ୍ଥାନ ବୁଲିବା ଏବଂ ପ୍ରକୃତି ସହିତ ଯୋଡ଼ି ହେବାର ଖୁସି ଦେଇଥାଏ । କିନ୍ତୁ ଜଣେ ମହିଳା କବାଡ଼ିବାଲାଠାରୁ ମାଗଣାରେ ଏକ ଗାଡ଼ି ଆଣି ସେଥିରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି କରୁଛନ୍ତି ।

ବୋନି ଚାର୍ଲ୍ସ ନାମକ ଜଣେ ମହିଳା ବାଜ୍ରିଲରେ ରୁହନ୍ତି । ସେ ଏକ ହସପିଟାଲରେ କାମ କରୁଥିଲେ । କିନ୍ତୁ ମାତୃତ୍ୱ ଛୁଟି ପରେ ଆଉ ଅଫିସ ଯାଇ କାମ କରିବା ତାଙ୍କ ପାଇଁ ସମ୍ଭବ ହେଲାନାହିଁ । ତେଣୁ ସେ ଚାକିରି ଛାଡ଼ି ଦେଲେ । ହେଲେ ଘରେ ରହି କିଛି ବ୍ୟବସାୟ କରିବାକୁ ଚିନ୍ତା କଲେ । ତାଙ୍କ ଘର ଛୋଟ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ ଘରେ ବ୍ୟବସାୟ କରିବା ଠିକ୍ ହେଲାନି । ତେଣୁ ଏକ ପୁୁରୁଣା ଗାଡ଼ିରେ ପାର୍ଲର ଖୋଲିବାକୁ ନିଷ୍ପତ୍ତି ନେଲେ । ସେ କବାଡ଼ିବାଲାଠାରୁ ମାଗଣାରେ ଏକ ଗାଡ଼ି ପାଇଗଲେ । ଏଥିରେ ତାଙ୍କ ବାପା ଏବଂ ସ୍ୱାମୀ ସାହାଯ୍ୟ କଲେ ।

ବୋନି କୁହନ୍ତି ଯେ, ବ୍ୟବସାୟ ଆରମ୍ଭ କରିବା ପାଇଁ ତାଙ୍କର ଆଗ୍ରହ ନ ଥିଲା । ହେଲେ ପରିସ୍ଥିତି ବାଧ୍ୟ କରିଥିଲା ବ୍ୟବସାୟ କରିବାକୁ । ଗାଡିଟି ମାଗଣାରେ ମିଳିବା ପରେ ବାପା ଏବଂ ସ୍ୱାମୀ ତାକୁ ନବୀକରଣ କରିଦେଲେ । ରଙ୍ଗ ଦେବା ସହ ଗାଡ଼ିକୁ ସୁନ୍ଦର ଭାବେ ସଜାଇ ଦେଲେ । ଏଥିପାଇଁ ତାଙ୍କୁ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଲା । ଆଉ ଏଥିରେ ଏକ ପାର୍ଲର ଖୋଲି ଏବେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତିି ।

Leave A Reply

Your email address will not be published.