Latest Odisha News

ଗୋଟିଏ ଟ୍ରାକରେ ଥିଲା କି ମାଲବାହୀ ଟ୍ରେନ୍ ଓ କରମଣ୍ଡଳ ଏକ୍ସପ୍ରେସ୍ ? ଜାରି ହେଲା ହେଲ୍ପଲାଇନ୍ ନମ୍ବର

ବାଲେଶ୍ୱର: ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରାକରୁ ଖସିବା ପରେ ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି । ସୋର ବାହନଗା ରେଲୱେ ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ୩ଟି ଏସି କୋଚ୍ ଓ ୫ଟି ସ୍ଲିପର କୋଚ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି ।

ତେବେ ସୂଚନା ଅନୁସାରେ, ହାୱଡ଼ାରୁ ଶାଲିମାର ଅଭିମୁଖେ କରମଣ୍ଡଳ ଏକ୍ସପ୍ରେସ୍ ଯାଉଥିଲା । ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣା ପରେ ଏକାଧିକ ଯାତ୍ରୀ କ୍ଷତିଗ୍ରସ୍ତ ବଗି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଗୋଟିଏ ବଗି ଉପରେ ଆଉ ଗୋଟିଏ ବଗି ଚଢ଼ି ରହିଛି ।

କରମଣ୍ଡଳ ଏକ୍ସପ୍ରେସର ବଡ଼ ଧରଣର ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯିବା ଲାଗି ଏସଆରସିଙ୍କ ସହ ଅଗ୍ନିଶମ ଡିଜି ଏବଂ ୨ ଆଇଏଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳକୁ ୩ଟି ଏନଡିଆରଏଫ୍ ଟିମ୍, ୪ଟି ଓଡ୍ରାଫ୍ ଟିମ୍, ୫୦ଟି ଆମ୍ବୁଲାନ୍ସ. ପଠାଯାଉଛି ।

ଗୁରୁତର ଆହତଙ୍କୁ ସରକାରୀ ସହ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଦୁର୍ଘଟଣା ପରେ ଏସଆରସିଙ୍କ ପକ୍ଷରୁ ଜରୁରୀକାଳୀନ ନମ୍ବର ୬୭୮୨୨୬୨୨୮୬ ଜାରି କରାଯାଇଛି ।

Leave A Reply

Your email address will not be published.