Latest Odisha News

BREAKING NEWS

ଛାତିଥରା ଟ୍ରେନ ଦୁର୍ଘଟଣା: ମର ଶରୀର ପକେଟରେ ରିଙ୍ଗ୍ ହେଉଛି ମୋବାଇଲ… କେଉଁଠି ଅଛ ଫୋନ୍ ଉଠାଅ…

ବାଲେଶ୍ୱର: ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ମର ଶରୀର, ଆହତଙ୍କୁ ଦେଖିବା କଷ୍ଟକର । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନଡିଆରଏଫ୍ ଓ ଏସଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସକାଳ ହେବା ପରେ ପଡି ରହିଥିବା ମୃତଦେହ ଠାବ ହେବା ପରେ ଦୁର୍ଘଟଣା କେତେ ବଡ ଥିଲା ତାହା ବେଶ ବାରି ହୋଇ ପଡିଛି। କିଏ ବାପା, ମା’, ପିଲା ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ହରାଇବାର ଅକଳ୍ପନୀୟ ଯନ୍ତ୍ରଣାକୁ ବଖାଣୁଛି ତ ଆଉ କିଏ ପରିବାର ଲୋକଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଅର ମୃତ୍ୟୁ ଖବର ଶୁଣି କେହି ଅଚେତ ହୋଇଯାଉଛି ତ ଆଉ କାହା ମର ଶରୀର ପକେଟରେ ଥିବା ମୋବାଇଲରେ ବାଜୁଛି ଫୋନ୍ । ଏବେ ବି ଅନେକ ମୃତକ ଟ୍ରେନର ଭଗ୍ନାବଶେଷ ତଳେ ଫଶି ହୋଇ ରହିଛନ୍ତି।

ସେହିପରି ଏହି ଦୁର୍ଘଟଣାରେ ପୁଅର ଅକାଳ ବିୟୋଗ ଖବର ଶୁଣି ଜଣେ ବାପା ଅଚେତ ହୋଇ ପଡ଼ିଛନ୍ତି। ଆଖପାଖରେ ଥିବା ଲୋକମାନେ ତାଙ୍କ ମୁହଁରେ ପାଣି ପକାଉଥିଲେ ମଧ୍ୟ ସେ ଏବେ ତାଙ୍କ ପୁଅକୁ ଖୋଜୁଛନ୍ତି ।

ସେହିପରି ଯେଉଁ ମର ଶରୀର ପକେଟରେ ମୋବାଇଲ୍ ଫୋନ୍ ବାଜୁଛି ପାଖରେ ଥିବା ଲୋକ ଫୋନ୍ ଉଠାଇ ସଂପୃକ୍ତ ବ୍ୟକ୍ତିର ପରିବାରକୁ ଘଟଣା ବାବଦରେ ଅବଗତ କରାଉଛନ୍ତି । ଏହି ଦୁର୍ଘଟଣାରେ କେତେ ଲୋକଙ୍କ ଜୀବନ ଯାଇଛି ତାହା ଏବେ ବି ଅସ୍ପଷ୍ଟ।

ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ଅନ୍ୟାନ୍ୟ ସଂସ୍ଥାମାନେ ଉଦ୍ଧାର କାମ ଜାରି ରଖିଛନ୍ତି।

Leave A Reply

Your email address will not be published.