Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ବାତିଲ ହେଲା ୩୩ ଟ୍ରେନ

ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଦିନକ ପରେ ସାମ୍ନାକୁ ଆସିଛି ସାଂଘାତିକ ଚିତ୍ର । ସକାଳର ଦୃଶ୍ୟ ଦେଖିବା ପରେ ଜଣାପଡିଛି କେତ ଭୟଙ୍କର ଥିଲା ଏହି ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ମୃତାହତଙ୍କୁ ଖୋଜିବା ପାଇଁ ଡାକ୍ତରଖାନା ଏବଂ ଦୁର୍ଘଟଣାସ୍ଥଳରେ ଆତ୍ମୀୟସ୍ୱଜନଙ୍କ ସଂଖ୍ୟା ବଢିଚାଲିଛି । ପରିସ୍ଥିତିକୁ ଦେଖି ଏହି ରୁଟରେ ଯିବାକୁ ଥିବା ୩୩ ଟ୍ରେନକୁ ବାତିଲ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନଗୁଡିକ ହେଲା-

୧୨୮୩୭ ହୱଡା-ପୁରୀ ଏକ୍ସପ୍ରେସ

୧୨୮୬୪ ହାୱଡା-ସର ଏମ ବିଶ୍ୱେଶରିୟାର ଟର୍ମିନାଲ ଏକ୍ସପ୍ରେସ

୧୨୮୯୫ ଶଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

୧୨୮୩୯ ହାୱଡା-ଚେନ୍ନାଇ ମେଲ

୨୦୮୩୧ ଶଲିମାର-ସମ୍ବଲପୁର ଏକ୍ସପ୍ରେସ

୨୨୨୦୧ ସିଲଦା-ପୁରୀ ଦରୋନ୍ତ ଏକ୍ସପ୍ରେସ

୦୨୮୩୭ ସନ୍ତ୍ରାଗାଚି-ପୁରୀ ସ୍ପେଶାଲ

୦୮୪୧୧ ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ

୦୮୪୧୫ ଜଳେଶ୍ୱର-ପୁରୀ ସ୍ପେଶାଲ

୧୨୮୯୧ ବାଙ୍ଗିରିପୋଷି ପୁରୀ ଏକ୍ସପ୍ରେସ

୧୮୦୨୧ ଖଡଗପୁର-ଖୋର୍ଦ୍ଧା ରୋଡ ଏକ୍ସପ୍ରେସ

୦୮୦୬୩ ଖଡଗପୁର-ଭଦ୍ରକ ସ୍ପେଶାଲ

୨୨୮୯୫ ହାୱଡା-ପୁରୀ ଏକ୍ସପ୍ରେସ

୧୨୭୦୩ ହାୱଡା-ସିକନ୍ଦରାବାଦ ଏକ୍ସପ୍ରେସ

୧୨୮୨୧ ଶାଲିମାର-ପୁରୀ ଏକ୍ସପ୍ରେସ

୧୨୨୪୫ ହାୱଡା-ସର ଏମ ବିଶ୍ୱେଶରିୟାର ଟର୍ମିନାଲ ଏକ୍ସପ୍ରେସ

୦୮୦୩୧ ବାଲେଶ୍ୱର ଭଦ୍ରକ ସ୍ପେଶାଲ

18045 ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ

୨୦୮୮୯ ହାୱଡା-ତିରୁପତି ଏକ୍ସପ୍ରେସ

୧୮୦୪୪ ଭଦ୍ରକ-ହାୱଡା ଏକ୍ସପ୍ରେସ

୧୮୦୩୮ ଯାଜପୁର କେନ୍ଦୁଝର ରୋଡ-ଖଡଗପୁର ଏକ୍ସପ୍ରେସ

୧୨୦୭୩ ହାୱଡା-ଭୁବନେଶ୍ୱର ଏକ୍ସପ୍ରେସ

୧୨୦୭୪ ଭୁବନେଶ୍ୱର-ହାୱଡ଼ା ଏକ୍ସପ୍ରେସ

୧୨୨୭୭ ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ

୧୨୦୭୮ ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ

୦୮୦୩୨ ଭଦ୍ରକ ବାଲେଶ୍ୱର ସ୍ପେଶାଲ

୧୨୮୨୨ ପୁରୀ-ଶାଲିମାର ଏକ୍ସ୍ରପେସ

୧୨୮୧୫ ପୁରୀ-ଆନନ୍ଦ ବିହାର ଏକ୍ସପ୍ରେସ

୦୮୦୬୪ ଭଦ୍ରକ-ଖଡଗପୁର ସ୍ପେଶାଲ

୨୨୮୯୬ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

୦୮୪୧୬ ପୁରୀ-ଜଳେଶ୍ୱର ସ୍ପେଶାଲ

୦୮୪୩୯ ପୁରୀ-ପାଟନା ସ୍ପେଶାଲ

ଗତି ପଥ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌ଗୁଡ଼ିକ ହେଲା

୨ ତାରିଖ ଦିନ ସିଲଘାଟ ଟାଉନ୍‌ରୁ ଛାଡ଼ିଥିବା ୧୫୬୩୦ ସିଲଘାଟ ଟାଉନ୍‌-ତାମ୍ବାରମ୍‌ ଏକ୍ସପ୍ରେସ୍‌ ଆସାନସୋଲ୍‌-ଚାନ୍ଦିଲ୍‌-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍‌ ଦେଇ ଆସୁଛି।

ଜୟନଗରରୁ ଆସୁଥିବା ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ୍‌ ପଥ ପରିବର୍ତ୍ତନ କରି ଜୟଚଣ୍ଡୀ ପାହାର-ଚାନ୍ଦିଲ୍‌ ଜଙ୍କ୍‌ସନ୍‌-ବଂଶପାଣି-ଜାରୋଲି-ଜଖପୁରା ଦେଇ ଗନ୍ତବ୍ୟସ୍ଥଳକୁ ଯିବ।

ସେହିପରି, ୨ ତାରିଖ ଦିନ ପାଟନାରୁ ଛାଡ଼ିଥିବା ୨୨୬୪୪ ପାଟନା-ଏର୍ଣ୍ଣାକୁଲମ୍‌ ଏକ୍ସପ୍ରେସ୍‌ ଆଦ୍ରା-ଚାନ୍ଦିଲ୍‌-ଚକ୍ରଧରପୁର-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍‌ ଦେଇ ଆସୁଛି।

Leave A Reply

Your email address will not be published.