Latest Odisha News

BREAKING NEWS

ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ଭିଡ଼ିଓ କଲେ ଯୁବକ, ବ୍ଲାକମେଲ କରି ଗିରଫ

ଭୁବନେଶ୍ୱର: ରାଜଧାନୀସ୍ଥିତ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓ ରେକର୍ଡ଼ିଂ କରି ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବସ୍ତିର ଅଶୋକ ଦାସ ଓରଫ ଦିପୁ (୨୭) ବୋଲି ଜଣାପଡ଼ିଛି । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଯୁବତୀ ଜଣକ ଗାଧୁଆଘରେ ଗାଧୋଉଥିବା ବେଳେ ତାଙ୍କର ଭିଡ଼ିଓ ରେକର୍ଡ଼ିଂ କରିଥିଲେ ଅଭିଯୁକ୍ତ ଯୁବକ ଜଣକ । ଯୁବତୀ ଜଣକଙ୍କୁ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ଧମକ ଦେଇଥିବା ବେଳେ ନଚେତ୍ ତାଙ୍କର ଅନ୍ତରଙ୍ଗ ମୂହୁର୍ତ୍ତ ଭିଡ଼ିଓକୁ ଭାଇରାଲ୍ କରିଦେବାକୁ କହିଥିଲେ ଯୁବକ ଜଣକ । ଏହାପରେ ବଳପୂର୍ବକ ଯୁବତୀ ଜଣକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ।

ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଏକ ନିଛାଟିଆ ସ୍ଥାନକୁ ଗୁରୁବାର ରାତିରେ ଡ଼ାକିଥିଲେ । ଯୁବତୀ ଜଣକ ପୂର୍ବରୁ ଏସମ୍ପର୍କରେ ତାଙ୍କର ପରିବାର ନିକଟରେ ଜଣାଇଥିବା ଯୋଗୁଁ ପୂର୍ବରୁ ଲୁଚି ରହିଥିବା ପରିବାରବର୍ଗ ଅଭିଯୁକ୍ତଙ୍କୁ ଧରିଥିଲେ । ଯୁବକ ଜଣକଙ୍କୁ ସ୍ଥାନୀୟ ବାସିନ୍ଦା ଧରି ପୋଲିସ ଜିମାରେ ଦେଇଛନ୍ତି ।

Leave A Reply

Your email address will not be published.