Latest Odisha News

BREAKING NEWS

ଦୁର୍ଘଟଣା ପରେ ଷ୍ଟେସନ ଦାୟିତ୍ୱରେ ଥିବା ଏସବି ମହାନ୍ତି ଫେରାର, ମନ୍ତ୍ରୀ କହିଛନ୍ତି ଦାୟୀ ଲୋକଙ୍କୁ ଚିହ୍ନଟ କରିଛୁ

ବାହାନଗା: ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଯିିଏ ଦୋଷୀ ସେ ଦଣ୍ଡ ପାଇବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏହି କଥାକୁ ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି। ଏହାପରେ ଜଣାପଡ଼ିଛି ଯେ ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଫେରାର ଅଛନ୍ତି। ଦୁର୍ଘଟଣା ଘଟିବା ଦିନ ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ। କିନ୍ତୁ ଦୁର୍ଘଟଣା ପରଠୁ ତାଙ୍କର କୌଣସି ଖୋଜ ଖବର ମିଳୁ ନାହିଁ। ଏବେ ଏହାକୁ ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ତଦନ୍ତ ଜାରି ରହିଛି, ଏକ ମିଳିତ ଯାଞ୍ଚ ଟିମ୍ ଦ୍ୱାରା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କରମଣ୍ଡଳ ଏକ୍ସପ୍ରେସ୍ ମୁଖ୍ୟ ଲାଇନ୍ ପାଇଁ ଏକ ସ୍ପଷ୍ଟ ସଙ୍କେତ ପାଇଥିଲା କିନ୍ତୁ ଲୁପ୍ ଲାଇନ୍ ଉପରେ ଚାଲିଯାଇଥିଲା, ସେଠାରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଥିଲା।

ଶୁକ୍ରବାର ସଂଧ୍ୟା 7ଟା ସମୟରେ ଲୁପ ଲାଇନରେ ମାଲଗାଡି ଛିଡା ହୋଇଥିଲା। ଅନ୍ୟ ଏକ ଟ୍ରାକରେ କରମଣ୍ଡଳ ଏକ୍ସପ୍ରେସ ଭୁବନେଶ୍ୱର ଆଡକୁ ଯାଉଥିଲା। କିନ୍ତୁ କରମଣ୍ଡଳର ଲୋକପାଇଲଟଙ୍କୁ ଲୁପ ଲାଇନରେ ଦ୍ରୁତ ଗତିରେ ଯିବାକୁ ଅନୁମତି ମିଳିଥିଲା ଆଉ ଟ୍ରେନର ଲୋକପାଇଲଟ ଏହି ନିୟମକୁ ମାନିବାରୁ ସମାନ ଲୁପ ଲାଇନରେ ଛିଡା ହୋଇଥିବା ମାଲଗାଡି ସହ ଧକ୍କା ହୋଇଥିଲା ସଂପୃକ୍ତ ଟ୍ରେନର। ପରେ ବଗି ଗୁଡିକ ବିଭିନ୍ନ ଟ୍ରାକରେ ପଡିଥିଲା। ଏହି ସମୟରେ ଭୁବନେଶ୍ବର ଆଡୁ ହାଓ୍ୱଡା ଯାଉଥିବା ଯଶୋବନ୍ତପୁର ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିବା ଟ୍ରେନର ବଗି ସହ ଧକ୍କା ହୋଇଥିଲା।

ରେଳ ସୁରକ୍ଷା କମିଶନର ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରିଛନ୍ତି । କଣ ପାଇଁ ଦୁର୍ଘଟଣା ଘଟିଲା ଜଣାପଡ଼ିଛି। ତଦନ୍ତ ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ। ସେ କହିଛନ୍ତି ଆମେ ଘଟଣାର କାରଣ ଏବଂ ଏଥିପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିଛୁ। ବୈଦ୍ୟୁତିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏହା ଘଟିଛି। ଏହାର କବଚ ସହ କୌଣସି ସମ୍ପର୍କ ନାହିଁ। ଦୁର୍ଘଟଣାର କାରଣ କବଚ ବୋଲି ମମତା ବାନାର୍ଜୀ ଗତକାଲି ତାହା ତାଙ୍କ ଜ୍ଞାତ ସାରରେ। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.