ଡ଼େନ୍ମାର୍କ: ଆଜିକାଲି ଲୋକେ ନିଜକୁ ଫିଟ୍ ରଖିବାକୁ ନିୟମିତ ଜିମ୍ ଯିବା ସହ ଯୋଗ କରିଥାନ୍ତି । ନିଜକୁ ସୁସ୍ଥ ରଖିବାକୁ ନିୟମିତ ଯୋଗ, ପ୍ରାଣାୟାମ କରିଥାନ୍ତି । ଆମେ ଯୋଗ ଦିବସ ମଧ୍ୟ ପାଳନ କରିଥାଉ । କିନ୍ତୁ ଡେନ୍ମାର୍କରେ ଯୋଗ ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଏ । ନିକଟରେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଡେନ୍ମାର୍କର ରାଜଧାନୀ କୋପେନହାଗେନ୍ର ରାସ୍ତା କଡ଼ରେ୧୦୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ଯୋଗ କରୁଛନ୍ତି । ତାହାପୁଣି ନିଆରା ଢଙ୍ଗରେ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକେ ମଦ ପିଇ ପିଇ ରାସ୍ତା କଡ଼ରେ ଯୋଗ କରୁଥିବା ନଜର ଆସିଛନ୍ତି । ଏହାକୁ ସେଠାରେ ମଦ ଯୋଗ ବୋଲି କୁହାଯାଉଛି । ଏହି ଯୋଗରେ ଲୋକେ ବହୁତ ଉତ୍ସାହର ସହ ଏକାଠି ହୋଇ ମଦ ପିଇ ପିଇ ଯୋଗ କରିଥାନ୍ତି । ପ୍ରାୟ ୪ ବର୍ଷ ହେଲାଣି ଏଠାରେ ଏପରି ଭାବେ ଯୋଗ ଦିବସ ପାଳିତ ହୋଇ ଆସୁଛି । ଏହି ଭିଡ଼ିଓ ଲୋକଙ୍କ ଖୁବ୍ ଦୃଷ୍ଟି ଆକର୍ଷଣ କରିଛି ।
ଜଣେ ଯୋଗ ଟ୍ରେନର କହିଛନ୍ତି, ଏହି ଯୋଗ ଅନ୍ୟ ଯୋଗ ଭଳି ପୂରା ସମାନ । ଲୋକେ ମଦ କେନ ଧରି ଯୋଗ କରିଥାନ୍ତି । କେବଳ ଲୋକଙ୍କ ମଜା ପାଇଁ ମଦ କେନର ବ୍ୟବହାର କରାଯାଏ । ବହୁତ ଲୋକ ଏହାକୁ ପସନ୍ଦ କରିଥାନ୍ତି ।
Comments are closed.