Latest Odisha News

ମୃତଦେହ ଚିହ୍ନଟ ପାଇଁ ଏମ୍ସରେ ଚାଲିଛି ଡିଏନଏ ପରୀକ୍ଷା

 ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଇତିମଧ୍ୟରେ ୪ ଦିନ ବିତିଗଲାଣି । ତଥାପି ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ଦିନକୁ ଦିନ ମୃତଦେହ ଚିହ୍ନଟ ଏକ ଚାଲେଞ୍ଜ ପାଲଟିଛି । ଏଣିକି ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶୁତୋଷ ବିଶ୍ୱାସ କହିଥିଲେ । ଏହି ପରିପ୍ରେକ୍ଷୀରେ ଏମ୍ସ ପକ୍ଷରୁ  ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର।

ଏମ୍ସ ହସ୍ପିଟାଲରେ ହେଉଛି ଡିଏନଏ ଟେଷ୍ଟିଂ ।  ଏଥିପାଇଁ ଡାକ୍ତରଖାନାରେ ଖୋଲିଛି ସ୍ୱତନ୍ତ୍ର ଡେକ୍ସ ।  ୧୦ରୁ ଅଧିକ ପରିବାର ଏଥିପାଇଁ ନମୂନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନର କରିଯିବ । ପୂର୍ବରୁ ମଧ୍ୟ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇ ସାରିଛି । ମୃତଦେହଗୁଡିକ କଂଟେନରରେ ସଂରକ୍ଷିତ ହୋଇ ରହିଛି । ବର୍ତମାନ ସୁଦ୍ଧା ୬୪ଟି ମୃତଦେହ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ୫୯ଟି ମୃତଦେହ ହସ୍ତାନ୍ତର ପାଇଁ ରହିଛି ।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ୧୦୧ ମୃତଦେହ ଚିହ୍ନଟ ହୋଇ ନାହିଁ । ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ମୃତ ବ୍ୟକ୍ତିଙ୍କ ଫଟୋ ଜାରି କରାଯାଇଇଛି   । ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍‌ ଓ ଜୋନାଲ୍‌ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ପଠାଯାଇଛି ।   ଭୁବନେଶ୍ୱର ଏମ୍‌ସରେ ୧୨୩ ମୃତଦେହ ଆସିଥିଲା । ବର୍ତ୍ତମାନ ସୁଦ୍ଧା ୬୧ଟି ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Comments are closed.