Latest Odisha News

ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି: ୨୦୩୦ ସୁଦ୍ଧା ସତ୍ତା ହରାଇବ ‘ସମର-ସି- ଆଇସ୍‌’

ୱାଶିଂଟନ: ପ୍ରକୃତିର ନିର୍ଦ୍ଧିଷ୍ଟ ନିୟମ ରହିଛି,ଯାହା ହଜାର ହଜାର ବର୍ଷ ଧରି ଅନୁସୃତ ହୋଇ ଆସୁଛି । କିନ୍ତୁ ବିଶ୍ୱରେ ଅହେତୁକ ତାପମାତ୍ରା ବୃଦ୍ଧି କାରଣରୁ ବିଶ୍ୱ ପରିବେଶରେ ଏବେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସଦ୍ୟତମ ତଥ୍ୟ ଅନୁସାରେ, କ୍ରମାଗତ ଭାବେ ଜନସଂଖ୍ୟା ବୃଦ୍ଧି କାରଣରୁ ଏବେ ପରିବେଶରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିଶେଷକରି ବିଶ୍ୱର ସବୁଠାରୁ ଶୀତତମ ଅଞ୍ଚଳ ଆଣ୍ଟାର୍ଟିକାରେ ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରଭାବ ଅନୁଭୂତ ହୋଇଛି । ଏହି କାରଣରୁ ଏବେ ଆଣ୍ଟାର୍ଟିକା ଅଞ୍ଚଳରେ ‘ସମର-ସି- ଆଇସ୍‌’ ପ୍ରଭାବିତ ହେଉଛି । ପରିବେଶବିତ୍‌ଙ୍କ ମତରେ, ଯଦି ଏହି ଧାରାରେ ବିଶ୍ୱର ତାପମାତ୍ରା ବୃଦ୍ଧି ପାଏ, ତେବେ ୨୦୩୦ ସୁଦ୍ଧା ସତ୍ତା ହରାଇବ ‘ସମର-ସି- ଆଇସ୍‌’ ।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରେ ସ୍ଥିର ରହିଥିବା ବେଳେ ଆଣ୍ଟାର୍ଟିକା ଅଞ୍ଚଳରେ ଥିବା ବରଫ ତରଳିବାରେ ଲାଗିଛି । ଏହି ସ୍ଥିତି ଆଗକୁ ସଙ୍ଗୀନ ହେବା ନିଶ୍ଚିତ । ବିଶ୍ୱ ତାପମାନ ବୃଦ୍ଧି କାରଣରୁ ଏହି ପ୍ରଭାବ ଅଧିକରୁ ଅଧିକ ଦେଖିବାକୁ ମିଳୁଛି । ସେହିପରି ହାମବର୍ଗ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ସମର ସି ଆଇସ ଏବେ ଅବକ୍ଷୟ ହେବାରେ ଲାଗିଛି । ପୂର୍ବ ତୁଳନା ଅନୁସାରେ ଦ୍ରୁତ ଗତିରେ ଅବକ୍ଷୟ ହେବାରେ ଲାଗିଛି ଲକ୍ଷ ଲକ୍ଷ ଟନ୍ ଓଜନର ବରଫ ଖଣ୍ଡ । ତେଣୁ ଏବେଠାରୁ ଏହାର ସୁରକ୍ଷା ଜରୁରୀ ବୋଲି ରିପୋର୍ଟରେ ଉଦ୍‌ବେଗ୍ ପ୍ରକାଶ ପାଇଛି । ମୋଟ ଉପରେ ବର୍ତ୍ତମାନ ସମୟରେ ଗ୍ଲୋବାଲ ୱାର୍ମିଂ ବୃଦ୍ଧି ପାଉଥିବାରୁ ଏଭଳି ସ୍ଥିତି ଉପୁଜିବା ନିଶ୍ଚିତ ବୋଲି କୁହାଯାଉଛି ।

ସୂଚନା ଅନୁସାରେ,ଗତ ଫେବୃଆରୀ ମାସରେ ଆଣ୍ଟାର୍କଟିକା ଅଞ୍ଚଳରେ ଥିବା ସମର-ସି- ଆଇସର ପରିଧି୧.୯୨ ନିୟୁତ ବର୍ଗ କିଲୋମିଟରକୁ ହ୍ରାସ ପାଇଥିଲା, ଯାହା ଏହାର ସର୍ବନିମ୍ନ ସ୍ତର ଅଟେ ।

Comments are closed.