ନୂଆଦିଲ୍ଲୀ: ଡିଡିଏଲଜି, କୁଛକୁଛ ହୋତା ହେ ଏବଂ ଦିଲବାଲେ ପରି ଫିଲ୍ମରେ ନିଜର ଜଲୱା ଦେଖାଇ ଦର୍ଶଙ୍କ ମନ ଜିତିଥିବା ଅଭିନେତ୍ରୀ କାଜୋଲଙ୍କର ସୋସିଆଲ ମିଡିଆରେ ଢେର ଫ୍ୟାନ ଫଲୋଇଂ ଅଛନ୍ତି । କାଜୋଲଙ୍କର ୧୪.୫ ମିଲିଅନ ଫଲୋଅର୍ସ ଅଛନ୍ତି । ଏମାନେ କାଜଲଙ୍କ ବ୍ୟକ୍ତିଗତ ଜୀବନର ସବୁ ଖବର ଜାଣିବା ପାଇଁ ଚାହିଁ ବସିଥାନ୍ତି । ହେଲେ ଏତେ ଫଲୋଅର୍ସଙ୍କୁ କାଜୋଲ ଏକ ଶକ୍ତ ଧକ୍କା ଦେଇଛନ୍ତି । କାଜଲଙ୍କର ଗୋଟିଏ ପୋଷ୍ଟ ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟକୁ ଭାଙ୍ଗି ଦେଇଛି ।
କାଜୋଲ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ସୋସିଆଲ ମିଡିଆରୁ ବ୍ରେକ ନେଉଥିବା ସୂଚନା ଦେଇଛନ୍ତି । ଏହି ପୋଷ୍ଟକୁ ଦେଖିବା ପରେ ଫ୍ୟାନ୍ସମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ।
କିଛି ସମୟ ପୂର୍ବରୁ କାଜୋଲ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ‘ସୋସିଆଲ ମିଡିଆରୁ ବ୍ରେକ ନେଉଛି । ଏହା ସହିତ ସେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖା ଯାଇଛନ୍ତି, ‘ନିଜ ଜୀବନରେ ସବୁଠାରୁ ବଡ ଚାଲେଞ୍ଜକୁ ସାମ୍ନା କରିବାକୁ ଯାଉଛି ।’
ସବୁଠାରୁ ବଡ କଥା ହେଉଛି, ଏହି ଫଟୋ ପୋଷ୍ଟ କରିବା ପରେ କାଜଲ ପୂର୍ବରୁ ଇନଷ୍ଟାରେ ଥିବା ତାଙ୍କର ସମସ୍ତ ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି । ଶେଷ ପୋଷ୍ଟ ଶେୟାର କରିବାବେଳେ ସେ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି ।
ଏହା ପରେ ୟୁଜର୍ସମାନେ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ‘ଲଭ ୟୁ । ଆପଣ ସୁରକ୍ଷିତ ଓ ସୁସ୍ଥ ରୁହନ୍ତି ।’ ଅନ୍ୟଜଣେ ଫ୍ୟାନ ଲେଖିଛନ୍ତି, ‘ଆମେ ଆପଣଙ୍କୁ ବହୁତ ଭଲ ପାଉ । ଆମେ ଆପଣଙ୍କ କ୍ୟାପ୍ସନ ଏବଂ ସୁନ୍ଦର ସୁନ୍ଦର ପୋଷ୍ଟକୁ ସବୁବେଳେ ମନେ ପକେଇବୁ ।’
View this post on Instagram

Comments are closed.