Latest Odisha News

BREAKING NEWS

୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ, ପଞ୍ଚାନନ କାନୁନଗୋ ମାନିଫେଷ୍ଟୋ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବା ଲାଗି ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ସଭାପତି ଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ଦଳ ଅବ୍ୟାହତି ଦେଇଛି ।

ମିନାକ୍ଷୀ ବାହିନୀପତିଙ୍କ ସ୍ଥାନରେ କଂଗ୍ରେସ କୋରାପୁଟ ଜିଲ୍ଲା ସଭାପତି ଭାବେ ଦୁର୍ଗା ଶଙ୍କର ସାହୁଙ୍କୁ ନିଯୁକ୍ତି ଦେଇଛି । ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ଆଜାଦ ନୂଆପଡ଼ା ଜିଲ୍ଲା ସଭାପତି ହୋଇଥିବା ବେଳେ ମୋହନ ପରିଡ଼ାଙ୍କୁ କେନ୍ଦୁଝର, ଜୟରାମ ପଟ୍ଟନାୟକଙ୍କୁ ପୁରୀ, ଅଶୋକ ଦାସଙ୍କୁ ଭଦ୍ରକ, ସଂଗ୍ରାମ ମିଶ୍ରଙ୍କୁ ଅନୁଗୁଳ, ଅସିପ୍ ଅଲ୍ଲୀ ଖାନଙ୍କୁ ସମ୍ବଲପୁର, ଦନର୍ଦ୍ଦାନ ଦେହୁରୀଙ୍କୁ ସୁନ୍ଦରଗଡ଼, ବିଜୟ ଗମାଙ୍ଗୋଙ୍କୁ ରାୟଗଡ଼ା ଓ ସେମ୍ ହେମ୍ବ୍ରମଙ୍କୁ ଦେବଗଡ଼ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି ।

ଏଆଇସିସି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଭାବେ ଜଜ୍ଞେଶ୍ୱର ବାବୁ ନିଯୁକ୍ତ ହୋଇଥିବା ବେଳେ ପବ୍ଲିସିଟି ଆଣ୍ଡ ପବ୍ଲିସିଟି କମିଟି ଭାବେ କଂଗ୍ରେସ ସଞ୍ଜୟ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛି । ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପଞ୍ଚାନନ କାନୁନଗୋ ।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟର ଅଧ୍ୟକ୍ଷ ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ, ପ୍ରତିମା ମଲ୍ଲିକ ସଦସ୍ୟ ରହିଛନ୍ତି ।

Comments are closed.