Latest Odisha News

ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଟପିଲା ପାରଦ, ୧୩ ତାରିଖ ଯାଏ ହିଟୱେଭ୍ ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଗରମରେ ସିଝୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଜି ପଶ୍ଚିମ ଓଡ଼ିଶାର ୨ ଜିଲ୍ଲା ଝାରସୁଗୁ଼ଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୫.୨ ଡିଗ୍ରୀ ରହିଛି ।

ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ୧୭ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ସବୁଠୁ ଅଧିକ ତାତି ପଶ୍ଚିମ ଓଡ଼଼ିଶାରେ ଅନୁଭୂତ ହେଉଛି । ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ପାରଦ ୪୪.୭ ଡିଗ୍ରୀ, ବୌଦ୍ଧରେ ୪୪.୬ ଡିଗ୍ରୀ, ବଲାଙ୍ଗିରରେ ୪୪ ଡିଗ୍ରୀ ରେକର୍ଡ ହୋଇଛି ।

Day Temperature Crossed 45 Degree In Jharsuguda & Sambalpur

ସେହିଭଳି ସୁନ୍ଦରଗଡ଼ରେ ପାରଦ ୪୩.୮ ଡିଗ୍ରୀ, ରାଉରକେଲା ଓ ଭବାନୀପାଟଣାରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୁଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୨.୬ ଡିଗ୍ରୀ, ବରଗଡ଼ ଓ ଦେବଗଡ଼ରେ ୪୨.୪ ଡିଗ୍ରୀ, ନୂଆପଡ଼ାରେ ୪୨ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତଥାପି ଦିନର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏ ଅଧି ରହିବା ସହ ଗୁଳୁଗୁଳି ଅନୁଭୂତ ହେବ ।

ହିଟୱେଭ୍ ନେଇ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର ସୁନ୍ଦରଗଡ଼଼ ଓ କେନ୍ଦୁଝର ଜିଲ୍ଲାକୁ ୧୩ ତାରିଖ ଯାଏ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୩ ତାରିଖରେ ୧୯ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟରେ ପବନର ସମ୍ଭାବନା ରହିଛି ।

Leave A Reply

Your email address will not be published.