Latest Odisha News

BREAKING NEWS

ଏସ୍‌ବିଆଇ ବନ୍ଦ କରିବ ଡେବିଟ କାର୍ଡ

ନୂଆଦିଲ୍ଲୀ:ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲାଗୁକରିବା ନେଇ ସୂଚନା ଦେଇଛନ୍ତି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ।

ରଜନୀଶ କୁମାର କହିଛନ୍ତି ଯେ, ଦେଶରେ ଏବେ ୯୦କୋଟି ଡେବିଟ ଓ ୩ କୋଟି କ୍ରେଡିଟ କାର୍ଡ ରହିଥିବା ବେଳେ ଏହାର ପ୍ରଚଳନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଏସ୍‌ବିଆଇର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୋନୋ ପ୍ଲାଟଫର୍ମ ମାଧ୍ୟମରେ ଡେବିଟ କାର୍ଡକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବ। ଏଥିରେ ୟୋନୋର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ଆହୁରୁ ମଧ୍ୟ ସେ କହିଛନ୍ତି ଯେ, ୟୋନୋ ଜରିଆରେ ଏଟିଏମ୍‌ରୁ ନଗଦ ଟଙ୍କା ଉଠାଇବା ସହ ଦୋକାନରୁ ସାମଗ୍ରୀ ମଧ୍ୟ କିଣିହେବ। ଏଥିଲାଗି ବ୍ୟାଙ୍କ ପୂର୍ବରୁ ୬୮ ହଜାର ୟୋନୋ କ୍ୟାଶ୍‌ପଏଣ୍ଟ ସ୍ଥାପନ କରିସାରିଛି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଏହାକୁ ୧୦ ଲକ୍ଷରେ ପହଞ୍ଚାଇବାର ଯୋଜନା ରହିଥିବା ରଜନୀଶ କୁମାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏସ୍‌ବିଆଇ ଚଳିତବର୍ଷ ୟୋନୋ କ୍ୟାଶ୍‌ ସେବା ଆରମ୍ଭ କରିଛି, ଯାହା ଗ୍ରାହକଙ୍କୁ ବିନା ଡେବିଟ୍‌ କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇବାର ସୁବିଧା ଦେଇଥାଏ । ଏହି ବ୍ୟବସ୍ଥା ଅତ୍ୟନ୍ତ ସହଜ ତଥା ସୁବିଧାଜନକ ଏବଂ ସୁରକ୍ଷିତ। ଆରମ୍ଭରେ ୧୬,୫୦୦ ଏଟିଏମ୍‌ରେ ଏହି ସୁବିଧା ଯୋଗାଇ ଦିଆଯାଇଥିଲା। ଧୀରେ ଧୀରେ ଏହାକୁ ଅଧିକ ଏଟିଏମ ସହ ଲିଙ୍କ୍‌ କରାଯାଉଥିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.