ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ମଧୁ ମଂଟେନା ଓ ନୀତେଶ ତିୱାରୀଙ୍କୁ ଶକ୍ତ ଧକ୍କା ଲାଗିଛି । ରାମାୟଣର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କେଜିଏଫ ଫେମ ୟଶଙ୍କୁ ରାବଣ ଭୂମିକା ପ୍ରଦାନ କରାଯାଇଥିଲା । ପ୍ରଶଂସକମାନେ ୟଶଙ୍କୁ ରାବଣ ଭାବେ ଦେଖିବାକୁ ଚାହୁଁ ନାହାନ୍ତି ବୋଲି ଅନୁଭବ କରିବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ରଣବୀର cକାପୁରଙ୍କୁ ଏହି ଫିଲ୍ମରେ ଭଗବାନ ରାମ ଏବଂ ଆଲିୟା ଭଟ୍ଟଙ୍କୁ ସୀତା ଭୂମିକା କରିବା ନେଇ ଚୂଡାନ୍ତ ହୋଇଛି । ମୋତେ ମୋ ପ୍ରଶଂସକଙ୍କ ଭାବନା ପ୍ରତି ଯତ୍ନବାନ ହେବାକୁ ପଡିବ । ସେମାନଙ୍କ ମନ କଷ୍ଟ ହେବା ପରେ କୌଣସି ଭୂମିକା କରିବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ପୂର୍ବରୁ ପ୍ରକାଶିତ ଖବର ଅନୁସାରେ ହ୍ରିତିକ ରୋଶନ ମଧ୍ୟ ରାବଣଙ୍କ ଭୂମିକା କରିବାକୁ ମନା କରି ଦେଇଛନ୍ତି । ବଲିଉଡ କୁଇନ କଙ୍ଗନା ରାନାୱତ ମଧ୍ୟ କିଛି ଦିନ ତଳେ ରଣବୀରଙ୍କୁ ରାମ ଏବଂ ୟଶଙ୍କୁ ରାବଣ ଭୂମିକା ପ୍ରଦାନ କରାଯିବା ନେଇ ସମାଲୋଚନା କରିଥିଲେ । ଏପରିକି ଜଣେ ନିଶାଖୋର ଓ ମହିଳାଙ୍କ ବିନା ରହି ପାରୁ ନ ଥିବା ହୀରୋ ମହାପ୍ରଭୂ ଶ୍ରୀରାମଙ୍କ ଭୂମିକା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।
Comments are closed.