ହାଇଦ୍ରାବାଦ: କ୍ରିକେଟର ଅମ୍ବାତି ରାୟୁଡୁ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବା ନେଇ ଖବର ପ୍ରକାଶ ପାଇଛି । ତେବେ ଏ ନେଇ କ୍ରିକେଟରଜଣଙ୍କ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଆନ୍ଧ୍ରପ୍ରଦେଶର ମୂଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କୁ ସିଏ ଭେଟିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଛି । ଏପରିକି ପୋନୁର କିମ୍ବା ପଶ୍ଚିମ ଗୁଂଟରରୁ ସେ ବିଧାନସଭା ଆସନ ପାଇଁ ଲଢ଼ନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅଫର ଦେଇଛନ୍ତି । ଯଦି ବିଧାନସଭା ପାଇଁ ଆଗ୍ରହୀ ନୁହନ୍ତି ତେବେ ମଛଲିପଟନମରୁ ଲୋକସଭା ଆସନ ଲଢ଼ନ୍ତୁ ରେଡ୍ଡୀ କହିଛନ୍ତି । ରାୟୁଡୁ ନିର୍ବାଚନ ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି ।
୨୦୨୩ ଆଇପିଏଲ ଖେଳିବା ପରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଏବେ ସେ ଆମେରିକାର ଏକ ବ୍ୟୟବହୂଳ କ୍ରିକେଟ ଲିଗ ଖେଳିବେ ବୋଲି ଜଣାପଡିଛି । ନିକଟରେ କିପରି ଦଳ ଚୟନ ନେଇ ବିସିସିଆଇର କୌଣସି ପ୍ରକାରର ମାପଦଣ୍ଡ ନାହିଁ ବୋଲି ସେ ଖୁଲାସା କରିଥିଲେ ।
Comments are closed.