Latest Odisha News

ରାଜ୍ୟରେ ସଚିବ ଅଛନ୍ତି, ତେଣୁ ବ୍ୟୟବହୁଳ ନିର୍ବାଚନ ନହେବା ଦରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନାଁ ନେଇ 5ଟି ସଚିବଙ୍କ କାର୍ଯ୍ୟଧାରାକୁ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏବେର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟି ଯାଇଛି। ତିନି ରାଜନୈତିକ ଦଳର ନେତା ଏହାକୁ ନେଇ ବୟାନବାଜି କରୁଛନ୍ତି। ଏହାରି ଭିତରେ ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଏବେର କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଯଦି ସଚିବ ଲୋକଙ୍କ କଥା ବୁଝୁଛନ୍ତି ଆଉ ନେତୃତ୍ବ ନେଉଛନ୍ତି ତାହାଲେ ବ୍ୟୟବହୁଳ ନିର୍ବାଚନ କାହିଁକି ହେବ। ରାଜ୍ୟରେ ସଚିବ ଅଛନ୍ତି ସେମାନେ ସରକାର ଚଳାନ୍ତୁ।

ବିଜୟ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ନିର୍ବାଚିତ କରିଛନ୍ତି। ତେଣୁ ଲୋକ ଚାହିଁବେ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣନ୍ତୁ। ତାହେଲେ ଆଗାମୀ ଦିନରେ ଅନ୍ୟମନ୍ତ୍ରୀମାନେ ତାଙ୍କ ସଚିବଙ୍କୁ ପଠାଇବେ। ତାହେଲେ ଆଗାମୀ ଦିନରେ କାହିଁକି ନିର୍ବାଚନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ପଠାଉ ନାହାନ୍ତି। ଏହାର ଅର୍ଥ ସେମାନେ ଯୋଗ୍ୟ ନୁହନ୍ତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଭରସା ଜିତି ପାରୁ ନାହାନ୍ତି। ତେଣୁ ସଚିବଙ୍କୁ ପଠାଉଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଆଦୌ ଗ୍ରହଣୀୟ ନୁହଁ ବୋଲି ସେ କହିଛନ୍ତି।

ନିଜ ପ୍ରଶାସନିକ ଅନୁଭୂତି କଥା ଦୋହରାଇ ସେ କହିଛନ୍ତି, ଆଗରୁ ସଚିବ ମାନେ ହେଲିକପ୍ଟର ସେତେବେଳେ ବ୍ୟବହାର କରୁଥିଲେ ଯେତେଳେ ବିପର୍ଯ୍ୟୟ କିମ୍ବା ଜରୁରୀ ସ୍ଥିତି ଥିଲା। ହେଲେ ଏବେ ହେଲିକପ୍ଟରକୁ ଏଭଳି ବ୍ୟବହାର କରୁଛନ୍ତି ଯେପରି ମୁଖ୍ୟମନ୍ତ୍ରୀ ନିଜେ ଆସୁଛନ୍ତି। ଏବେ ନିୟମିତ ଭାବେ ଯେଉଁଭଳି ସଚିବ ହେଲିକପ୍ଟରରେ ଗସ୍ତ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ।

ସେତେବଳେ ମନ୍ତ୍ରୀମାନେ ଆସିଲେ ସଚିବ ମାନେ ତତ୍ପରତା ଦେଖାଉଥିଲେ କିଭଳି ମନ୍ତ୍ରୀଙ୍କ ଗସ୍ତ ସୁରୁଖୁରରେ ସରିବ। ଏବେ କିନ୍ତୁ ଓଲଟା ହୋଇଛି। ସଚିବଙ୍କ ଗସ୍ତ ପୂର୍ବରୁ ବିଧାୟକ ଓ ମନ୍ତ୍ରୀମାନେ ପ୍ରସ୍ତୁତି କରୁଛନ୍ତି ଆଉ ଲୋକ କିଭଳି ଆସିବେ ତାଉପରେ ଗୁରୁତ୍ୱ ଦେଉଛନ୍ତି। ଆଉ ମନ୍ତ୍ରୀମାନେ ଏବେ ସଚିବଙ୍କ ପାଇଁ କାମ କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଯାଜନକ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

Comments are closed.