Latest Odisha News

BREAKING NEWS

ବିରୋଧସତ୍ତ୍ୱେ ୩୦୦ କୋଟି ବ୍ୟବସାୟ କଲାଣି ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏସବୁ ବିବାଦସତ୍ତ୍ୱେ ଫିଲ୍ମ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ମାତ୍ର ୩ ଦିନରେ ଫିଲ୍ମ ୩୦୦ କୋଟି ଅତିକ୍ରମ କଲାଣି ।

ଫିଲ୍ମ ‘ଆଦିପୁରୁଷ’ ପ୍ରତିଦିନ ବ୍ୟବସାୟରେ ନୂଆ ସଂଖ୍ୟା ଛୁଉଁଛି । ଏହି ଫିଲ୍ମକୁ ସାରା ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ବ୍ୟବସାୟ ଉପରେ କୌଣସି ପ୍ରଭାବ ପଡୁନାହିଁ । ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫିଲ୍ମର ତୃତୀୟ ଦିନର ୱାର୍ଲଡ ୱାଇଡ କଲେକସନର ଆକଳନ ସାମ୍ନାକୁ ଆସିଛି । ପ୍ରତିଦିନ ଫିଲ୍ମ ୧୦୦କୋଟି ଅତିକ୍ରମ କରୁଥିବା ବେଳେ ତୃତୀୟ ଦିନରେ ୩୦୦ କୋଟି ଅତିକ୍ରମ କରିଛି ।

Comments are closed.