Latest Odisha News

ଦେଖନ୍ତୁ ଭିଡ଼ିଓ: ଜଳିଗଲା ଯାତ୍ରୀବାହୀ ବସ୍, ବର୍ତ୍ତିଲେ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଯିବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏକ ଯାତ୍ରୀବାହୀ ବସରେ ହଠାତ୍ ନିଆଁ ଲାଗିଯିବା ଫଳରେ ବସଷ୍ଟାଣ୍ଡରେ ଉପସ୍ଥିତ ରହିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ।

ବସ ମଧ୍ୟରେ ରହିଥିବା କିଛି କର୍ମଚାରୀ ସେହି ସମୟରେ ଶୋଇ ପଡ଼ିଥିଲେ । ଅବଶ୍ୟ କୌଣସି ଯାତ୍ରୀ ବସ ମଧ୍ୟରେ ସେତେବେଳେ ନଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଚକାଡ଼ୋଳା (ଓଡ଼ି -୩୩-ୟୁ-୧୩୯୯) ନାମକ ଏକ ଘରୋଇ ବସ ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ହଠାତ୍ ନିଆଁ ଲାଗି ହୁତୁହୁତୁ ଜଳି ଉଠିଥିଲା । ଏହି ବସ ନିକଟରେ ଅନ୍ୟ ବସଗୁଡ଼ିକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଧାଁ ଦଉଡ଼ ଆରମ୍ଭ କରିଦେଇଥିଲେ । ତୁରନ୍ତ ଦମକଳ ବାହିନୀ ଖବର ପାଇ ପ୍ରାୟ ଅଧଘଣ୍ଟା ମଧ୍ୟରେ ଅଗ୍ନି ନିର୍ବାପିତ କରିଥିଲେ ।

ଅଗ୍ନିଶମ କେନ୍ଦ୍ର ଅଧିକାରୀଙ୍କ ସୂଚନାନୁଯାୟୀ, ବସ ମଧ୍ୟରେ ରହିଥିବା ଶୀତତାପ ନିୟନ୍ତ୍ରକ (ଏସି) କିମ୍ବା ବ୍ୟାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.