Latest Odisha News

ବିବାଦୀୟ ସଂଳାପ ଲେଖିଥିବାରୁ ମନୋଜଙ୍କୁ ନୋଟିସ: ସପ୍ତାହକ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ ଦେଖାଦେଲା । ଏହି ଫିଲ୍ମକୁ ବିଭିନ୍ନ ସ୍ଥାନରେ ବି ବିରୋଧ କରାଯାଇଛି । ଏହି ଫିଲ୍ମରେ ବିବାଦୀୟ ସଂଳାପ ଲେଖିଥିବା ଲେଖକ ମନୋଜ ମୁନ୍ତାଶିର ଓ ନିର୍ମାତାଙ୍କୁ ତାଗିଦ କଲେ ଆହ୍ଲାବାଦ ହାଇକୋର୍ଟ ।

ଫିଲ୍ମର କାହାଣୀ ଓ ସଂଳାପକୁ ଦର୍ଶକମାନେ ବିରୋଧ କରିଥିଲେ । ପରବର୍ତ୍ତୀ ସମୟରେ ଫିଲ୍ମର ନିର୍ମାତାମାନେ ବିବାଦୀୟ ସଂଳାପକୁ ଏବେ ବଦଳାଇ ଦେଇଛନ୍ତି । ଫିଲ୍ମକୁ ବିରୋଧ କରିବା ସହ ଏକ ପିଟିସନ ଦାଖଲ କରାଯାଇଥିଲା । ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ନିର୍ମାତାମାନଙ୍କୁ ତାଗିଦ୍ କରିଛନ୍ତିି । ଏଥିସହିତ ସେନସର ବୋର୍ଡର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । କୋର୍ଟ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ନୋଟିସ ଜାରି କରିବା ସହ ଏକ ସପ୍ତାହ ମଧ୍ୟରେ ତାଙ୍କ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

 

Comments are closed.