ଭୁବନେଶ୍ୱର: ନିୟମିତ ଟ୍ରେନରେ ଯାତ୍ରୀଙ୍କ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବଢିଲା ସ୍ୱତନ୍ତ୍ର ଟ୍ରେନ ସେବା। ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧିକୁ ବୃଦ୍ଧି କରାଯାଇଛି। ସେହିପରି ପୂର୍ବତଟ ରେଳପଥରୁ ଆହୁରୀ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି।
ଭୁବନେଶ୍ୱର-ଧନବାଦ୍ ଦୈନିକ ଚଳାଚଳ କରୁଥିବା ସ୍ପେଶାଲ ଏକ୍ସପ୍ରେସ୍ ଅଗଷ୍ଟ ୩୧ଯାଏ ଚଳାଚଳ କରିବ। ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ଶନିବାର ପୁରୀରୁ ୨୬ ଅଗଷ୍ଟ ଯାଏ, ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ଗୁରୁବାର ପାଟନାରୁ ୩୧ ଅଗଷ୍ଟ ଯାଏ ଚାଲିବ। ସେହିପରି ଭୁବନେଶ୍ୱରରୁ ତିରୁପତି ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ଶନିବାର ଜୁଲାଇ ୨୯ ଯାଏ, ବିଶାଖାପାଟଣା-ବନାରସ ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ବୁଧବାର ବିଶାଖାପାଟଣାରୁ ଜୁଲାଇ ୨୬ ଯାଏ, ବିଶାଖାପାଟଣା-ତିରୁପତି ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ସୋମବାର ବିଶାାପାଟଣାରୁ ଜୁଲାଇ ୩୧ ଯାଏ ଚାଲିବ। ଅନ୍ୟପଟେ ବିଶାଖାପାଟଣା-ମେହବୁବନଗର ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ମଙ୍ଗଳବାର ବିଶାଖାପାଟଣାରୁ ଜୁଲାଇ ୨୫ ଯାଏ ଚାଲିବାକୁ ଥିବା ବେଳେ ବିଶାଖାପାଟଣା-ବେଙ୍ଗାଲୁରୁ କ୍ୟାଣ୍ଟ୍ ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ରବିବାର ବିଶାଖାପାଟଣାରୁ ଜୁଲାଇ ୩୦ ଯାଏ ଚଳାଚଳ କରିବ।
ଆହୁରୀ ଦୁଇଟି ସ୍ୱତନ୍ତ୍ର ଟ୍ରେନ ତଥା ବିଶାଖାପାଟଣା-ରଙ୍ଗପଡା ଉତ୍ତର ଜନସାଘାରଣ ସ୍ପେଶାଲ ଏକ୍ସପ୍ରେସ୍ ପ୍ରତି ଶନିବାର ରାତି ୧୨.୧୦ ରେ ଜୁଲାଇ ୩୦ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଛାଡି ସୋମବାର ସକାଳ ୧୦ ଟାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ। ଫେରିବା ବେଳେ ରଙ୍ଗପଡା ଉତ୍ତର-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଅଗଷ୍ଟ ୧ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଭୋର ୫.୧୫ ଯାଏ ଛାଡି ବୁଧବାର ଅପରାହ୍ନ ୩.୩୫ରେ ବିଶାଖାପାଟଣା ପହଞ୍ଜିବ। ସେହିପରି ସମ୍ବଲପୁର-ଏରୋଡ଼ ସ୍ପେଶାଲ ଏକ୍ସପ୍ରେସ୍ ସମ୍ୱଲପୁରରୁ ପ୍ରତି ବୁଧବାର ଜୁଲାଇ ୨୬ ଯାଏ ଚାଲିବ। ଫେରିବା ବେଳେ ଏରୋଡ-ସମ୍ବଲପୁର ସ୍ପେଶାଲ ଏରୋଡରୁ ଜୁଲାଇ୨୮ ଯାଏ ଚାଲିବ।
Comments are closed.