ମୁମ୍ବାଇ: କଙ୍ଗନା ରାନାୱତ ଅଭିନୀତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ ୨ଫିଲ୍ମ ସେପ୍ଟମ୍ବର ୧୯ରେ ଗଣେଶ ପୂଜା ଅବସରରେ ରିଲିଜ ହେବ । କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ସେ ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ଶେୟାର କରିଛନ୍ତି । ରାଘବ ଲରେନ୍ସକୁ ଲୁକକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ରାଘବ ମଧ୍ୟ ଫିଲ୍ମ ରିଲିଜ ସମ୍ପର୍କରେ ସୂଚନା ଦେଇଛନ୍ତି । ଗଣେଶ ଚତୁର୍ଥୀ ଦିନ ଏହାର କବାଟ ଖେଳିଯିବ ବୋଲି ସେ ଲେଖିଛନ୍ତି । ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟଲମ ଓ କନ୍ନଡ ଭାଷାରେ ଏହି ଫିଲ୍ମ ରିଲିଜ ହେବ । କଙ୍ଗନା ଏଥିରେ ଚନ୍ଦ୍ରମୂଖୀଙ୍କ ଭୂମିକା କରୁଛନ୍ତି ।
ତାମିଲ ହରର ଫିଲ୍ମ ଚନ୍ଦ୍ରମୂଖୀର ଏହା ସିକ୍ୱେଲ । ରଜନୀକାନ୍ତ ଓ ଜ୍ୟୋତିକା ଏଥିରେ ଅଭିନୟ କରିଥିଲେ । ଫିଲ୍ମର ସଫଳତା ପରେ ମେକର୍ସ ଏହାର ସିକ୍ୱେଲ କରିବା ପାଇଁ ଚିନ୍ତା କରିଥିଲେ । ପି ବସୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଲାଇକା ପ୍ରଡକ୍ସନ ଓ ସୁବାସକରଣ ଏହାକୁ ପ୍ରଡ୍ୟୁସ କରିଛନ୍ତି । ଫିଲ୍ମର ସଫଳତା ନେଇ କଙ୍ଗନା ବେଶ ଆଶାୟୀ ଅଛନ୍ତି ।
Comments are closed.