ଫ୍ରାନ୍ସ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ନିଜ ନାମକୁ ରେକର୍ଡ଼ କରିବାକୁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ନିକଟରେ ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ବି ହୋଇଯାଇଛନ୍ତି ।
୩୯ ବର୍ଷୀୟ ଜୋନାଥନ ଭେରୋ ଫ୍ରାନ୍ସରେ ରୁହନ୍ତି । ସେ ଜଣେ ଫାୟାର ଫାଇଟର ସହ ଷ୍ଟଣ୍ଟ ମ୍ୟାନ୍ ମଧ୍ୟ । ଏଥିଲାଗି ସେ ବିଭିନ୍ନ ସ୍ଥାନରେ ଫାୟାର ଶୋ ମଧ୍ୟ କରିଥାନ୍ତି । ଛୋଟବେଳୁ ସେ ନିଆଁରେ ଖେଳିବାକୁ ପସନ୍ଦ କରିଥାନ୍ତି । ଏବେ ସେ ଜଣେ ଭଲ ଫାୟାର ଫାଇଟର ଭାବେ ବେଶ୍ ଜଣାଶୁଣା । ନିକଟରେ ସେ ନିଜ ଶରୀରରେ ନିଆଁ ଲଗାଇ ଦ୍ରୁତ ଗତିରେ ୧୦୦ ମିଟର ଦୌଡ଼ି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜୋନାଥନ ୍ଅମ୍ଳଜାନ ସିଲିଣ୍ଡର ବ୍ୟବହାର ନ କରି କେବଳ ସୁରକ୍ଷା ଶୁଟ୍ ପିନ୍ଧି ଶରୀରରେ ନିଆଁ ଲଗାଇ ଦୌଡ଼ିଥିଲେ ।
ଗିନିଜ ବୁକ୍ ୱାଲର୍ଡ଼ ରେକର୍ଡ଼ ଅନୁସାରେ, ଜୋନାଥନ କେବଳ ସୁରକ୍ଷା ସୁଟ୍ ପିନ୍ଧି ନିଜ ଦେହରେ ନିଆଁ ଲଗାଇ ୨୭୨.୨୫ ମିଟର (୮୯୩ ଫୁଟ) ଦୌଡ଼ିଥିଲେ ,ଯାହା ୨୦୪.୨୩ ମିଟରର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି । କେବଳ ସେତିକି ନୁହେଁ, ଜୋନାଥନ୍ ଅମ୍ଳଜାନ ବିନା ଦ୍ରୁତଗତିରେ ୧୦୦ ମିଟର ଦୌଡ଼ି ରେକର୍ଡ ଭାଙ୍ଗିଥିଲେ । ଏହି ଦୌଡ଼କୁ ମାତ୍ର ୧୭ ସେକେଣ୍ଡରେ ଶେଷ କରି ପୂର୍ବ ରେକର୍ଡକୁ ୭.୫୮ ସେକେଣ୍ଡରେ ଭାଙ୍ଗିିଥିଲେ । ପୂର୍ବରୁ ଏହି ଉଭୟ ରେକର୍ଡ ବ୍ରିଟେନର ଆଣ୍ଟୋନି ବ୍ରିଟନ୍ ନାମରେ ଥିଲା । ଜୋନାଥନ୍ ତାଙ୍କଠାରୁ ତିନି ଗୁଣ ଦ୍ରୁତ ଗତିରେ ଦୌଡ଼ିଥିଲେ ।
ଜୋନାଥନ କହିଛନ୍ତି ଯେ, ପିଲାଦିନରୁ ମୋତେ ନିଆଁ ସହ ଖେଳିବାକୁ ଭଲ ଲାଗେ । ଅଧିକାଂଶ ସମୟ ନିଆଁ ଲିଭାଇବା କିମ୍ବା ଅଗ୍ନି ଶୋ’ରେ ଅଂଶଗ୍ରହଣ କରେ । ଏହି ସମୟରେ ମୁଁ ନିଆଁରେ ଅନେକ କୌଶଳ ମଧ୍ୟ ଦେଖାଏ । ନିଆଁ ଖାଇବା, ନିଆଁକୁ ଶରୀରରେ ଗୁଡ଼ାଇ ରଖିବା ଆଦି ଷ୍ଟଣ୍ଟ କରିଥାଏ । ମୋର ଇଛା ଥିଲା ମୁଁ ଗିନିଜ ବୁକ୍ରେ ସାମିଲ ହେବାକୁ । ଯାହା ଏବେ ପୂରଣ କରିପାରିଛି ।
Comments are closed.