ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରି-ମାଚ୍ୟୁୟର ଶିଶୁ ଅଛନ୍ତି,ଯାହାର ଓଜନ ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାଏ । କିନ୍ତୁ ଆମେରିକାରେ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି, ଯାହାର ଓଜନ ମାତ୍ର ୩୫୦ ଗ୍ରାମ୍ ରହିଛି । ଏହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ ବୋଲି କୁହାଯାଇଛି । ସବୁଠୁ ବଡ଼ କଥା, ଏହି ନବଜାତକ ପାଇଁ ହସପିଟାଲରେ ଉତ୍ସବ ପାଳନ କରିଛି ।
ଫ୍ରାନ୍ସିସ ଆଙ୍ଗୁଏରା ନାମକ ଜଣେ ମହିଳା ଆମେରିକାରେ ରୁହନ୍ତି । ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ଘର ଲୋକେ ଗତ ଫେବୃୟାରୀ ୧୮ ତାରିଖରେ ତାଙ୍କୁ ସେଣ୍ଟ୍ ଫ୍ରାନ୍ସିସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁଟି ମାତ୍ର ୨୨ ସପ୍ତାହରେ ଜନ୍ମ ହେବା ସହ ଓଜନ ମାତ୍ର ୩୫୦ ଗ୍ରାମ ଥିଲା । ଏହା ଦେଖି ଡାକ୍ତରମାନେ ଭୟଭୀତ ହୋଇପଡ଼ିଥିଲେ । କାରଣ ସେ ଏତେ ଛୋଟ ପିଲାକୁ କେବେ ମଧ୍ୟ ଦେଖି ନ ଥିଲେ । ଏହା ଏତେ ଛୋଟ ଥିଲା ପାପୁଲିରେ ରହିଯାଉଥିଲା । ଏଭଳି ପିଲା ବଞ୍ଚିବାର ସମ୍ଭାବନା ବହୁତ୍ କମ୍ । କାରଣ ତାର ସମ୍ପୂର୍ଣ୍ଣ ଶରୀର ବିକାଶ ହୋଇ ନ ଥିଲା । ଭଗବାନଙ୍କୁ ଧନ୍ୟବାଦ ଏହି ଝିଅର କୌଣସି ଅସୁବିଧା ନାହିଁ ।
ଝିଅଟି ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଏହି ଖୁସିରେ ହସପିଟାଲରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା । ପୁରା ହସପିଟାଲକୁ ବେଲୁନ୍ରେ ସଜ୍ଜାଯାଇଥିଲା । କର୍ମଚାରୀମାନେ ତାଙ୍କୁ ତାଳିମାରି ଖୁସିରେ ଘରକୁ ବିଦାୟ ଜଣାଇଥିଲେ ।
ଫ୍ରାନ୍ସିସି କହିଛନ୍ତି ଯେ, ଯେତେବେଳେ ମୋ ଝିଅ ଜନ୍ମ ହେଲା ସେତେବେଳେ ମୁଁ ନିମୋନିଆରେ ପୀଡ଼ିତ ଥିଲି । ଉଭୟଙ୍କ ପ୍ରତି ବହୁତ ବିପଦ ଥିଲା । କିନ୍ତୁ ଡାକ୍ତରମାନେ ତୁରନ୍ତ ଚିକିତ୍ସା କରିଥିଲେ । ପ୍ରାୟ ୪ ମାସ ଧରି ଚିକିତ୍ସିତ ହେବା ପରେ ଉଭୟ ମାଆ ଝିଅ ସୁସ୍ଥ ହୋଇ ଘରକୁ ଫେରିଛୁ ।
Comments are closed.