Latest Odisha News

BREAKING NEWS

ଅଟୋକୁ ଧକ୍କା ଦେଲା ଓଏସଆରଟିସି ବସ୍, ତିନି ଜଣ ଯାତ୍ରୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାଡି ପାଟପୁର ନିକଟରେ ମଙ୍ଗଳବାର ସକାଳେ ଓଏସ୍ଆରଟିସିର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅଟୋରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୁରୀ ଅଭିମୁଖେ ଯାଉଥିବା ସରକାରୀ ବସଟି ଭାରସାମ୍ୟ ହରାଇବାରୁ ଅଟୋକୁ ଧକ୍କା ଦେଇଥିଲା। ଆହତମାନଙ୍କୁ ଏଠାରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟାଣାରେ ପୁରୁଷୋତ୍ତମପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖୟୋଗ୍ୟ, ଗତ ୨୫ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ଓଏସ୍ଆରଟିସି ବସ୍ ଓ ମିନି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ।

Comments are closed.