Latest Odisha News

BREAKING NEWS

କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ମୀରଟ: ଆନ୍ତର୍ଜାତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ବେଗରେ ଆସୁଥିବା ଏକ କ୍ୟାଂଟର ତାଙ୍କ ଗାଡି ଦେହରେ ମାଡ ହୋଇଥିଲା । ଭାଗ୍ୟବଶତଃ ପ୍ରବୀଣ ଏବଂ ତାଙ୍କ ପୁଅଙ୍କ କିଛି କ୍ଷତି ହୋଇ ନାହିଁ । କ୍ୟାଂଟର ଚାଳକଙ୍କୁ ଗିରଫ କରାଯାଇଛି । ପ୍ରବୀଣ ତାଙ୍କ ଡିଫେଣ୍ଡର ଗାଡିରୁ ପାଣ୍ଡବ ନଗରରୁ ଘର ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପ୍ରବୀଣ ଭାରତ ପକ୍ଷରୁ ୨୦୦୭ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଟିମ ଇଣ୍ଡିଆ ପକ୍ଷରୁ ୬ଟି ଟେଷ୍ଟ, ୬୮ ଦିନିକିଆ ଓ ୧୦ଟି ଟି୨୦ ଖେଳିଥିଲେ । ୨୦୦୮ରେ କମନୱେଲଥ ବ୍ୟାଙ୍କ ସିରିଜରେ ଭାରତକୁ ବିଜୟୀ କରାଇବାରେ ପ୍ରବୀଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଟେଷ୍ଟରେ ସେ ୨୭, ଦିନିକିଆରେ ୭୭ ଓ ଟି୨୦ରେ ୮ ୱିକେଟ ଅକ୍ତିଆର କରିଥିଲେ । ୨୦୧୨ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ଆଇପିଏଲରେ ପ୍ରବୀଣ ୧୧୯ ମ୍ୟାଚ ଖେଳି ୯୦ ୱିକେଟ ଅକ୍ତିଆର କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।

Comments are closed.