ତିନୋଟି କବିତା
ସସ୍ମିତା ରାଉତ
କଙ୍କଣ
……………….
ମେଘ ମେଘ ପଲକ
ଯେବେ ଦୂରଦୂର ପର୍ଯ୍ୟନ୍ତ
ଭାସେ ।
ଝଡ଼ରେ ନୁହେଁ,
କ୍ଷତରେ ବି ନୁହେଁ,
ପାହାଡ଼ ବାହୁରେ ତା’ର
କଜ୍ଜଳ ଲିଭେ;
ଆଖି ତ ବାସ୍ କାହା
ପ୍ରେମରେ ହିଁ ଭିଜେ !
ମଶାଲ
………………..
ସାମର୍ଥ୍ୟ ଥିଲା
କି କାହାର ?
ସମୁଦ୍ରକୁ
ଜଳେଇ ଦେବାର,
ବୁଡ଼ି ଗଲା ସେ
ନିଜ ଭିତରେ ହିଁ;
ସମ୍ଭବତଃ
ଗୋଟେ ମଶାଲ
କୂଳ ହାତରେ ଥିଲା ।
କ୍ଷଣକ
………………..
ମାଟି ଘର
ଅଭିମାନରେ
ଭୁଶୁଡିଯିବ;
ମନ୍ଦିରଟିଏ
ପଥର ନିର୍ମିତ,
ବିଡମ୍ବନା ଦେଖ !
ଭିଜିଲେ ମଧ୍ୟ
ଶୋଷି ହୁଏନି ଲୁହ;
ଦୋଷ ମଧ୍ୟ
ଦେଇ ହେବନି,
ପର୍ଯଟକ ସେ !
ଆଖିରେ ଉତାରି,
ଆଙ୍ଗୁଳିରେ ଛୁଇଁଦେଇ
ଚାଲିଗଲା, ମନ୍ଦିର ଦେହର
ଯେତେ କାରୁକାର୍ଯ୍ୟ !
………………………..
ତାଳଚେର, ଅନୁଗୁଳ
Email: *sasmitaroutjan1@gmail.com
Comments are closed.